ବାବୁସାନ୍‌-ତୃପ୍ତି ବିବାଦ ମାମଲା: ଆପୋଷ ବୁଝାମଣା ପାଇଁ ଉଦ୍ୟମ, ତୃପ୍ତିଙ୍କ ଘରେ ରବି ମିଶ୍ର

0
182
babushan-trupti-news-update

ଭୁବନେଶ୍ୱର: ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ ଚାଲିଥିବା ନେଇ ସୂଚନା ମିଳିଛି । ତୁପ୍ତିଙ୍କୁ ମନାଇବାକୁ ଆଜି ତୃପ୍ତିଙ୍କ ସତ୍ୟନଗର ସ୍ଥିତ ଘରେ ପହଞ୍ଚିଥିଲେ ରବି ମିଶ୍ର । ଏହି ଅବସରରେ ରବି ମିଶ୍ର ତୃପ୍ତିଙ୍କ ବାପାଙ୍କ ସହିତ ଆଲୋଚନା କରିଛନ୍ତି। ତୃପ୍ତିଙ୍କ ବାପାଙ୍କ ସହିତ କଥା ହେବା ସମୟରେ ବୋହୂ (ତୃପ୍ତି) ଓ ପୁଅ (ବାବୁସାନ୍‌ଙ୍କ ପୁଅ )କୁ ଜଗନ୍ନାଥ ବିହାର ସ୍ଥିତ ଘରକୁ ପଠାଇବାକୁ ଅନୁରୋଧ କରିଛନ୍ତି । ରବି ମିଶ୍ର ବାବୁସାନଙ୍କ ପରିବାର ପକ୍ଷରୁ ଭୁଲ ମାଗିଛନ୍ତି । ତୃପ୍ତି କହିଲେ ‘ୱେଟ୍ ଆଣ୍ଡ ୱାଚ୍’ ।

ସେହିପରି କିଛି ସମୟ ଧରି ଆଲେଚନା ପରେ ଘରୁ ବାହାରିଥିଲେ ଅଭିନେତା ରବି ମିଶ୍ର । ଏହି ସମୟରେ ସେ କହିଛନ୍ତି ଯେ, ତୃପ୍ତିଙ୍କ ବାପା ଓ ମାଉସୀଙ୍କ ସହ କଥା ହୋଇଛି । ପରିବାର ମଧ୍ୟରେ ଥିବା ଫାଟ ଦୂର ହେବ । ଆଉ କିଛି ସମୟର ଅପେକ୍ଷା କରିବାକୁ ପଡିବ । ଖୁବଶୀଘ୍ର ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।

Also Read  Zilla Parishad chairperson elections: BJD gets it in 18 districts while BJP in 8 districts of Odisha , Congress manages just 2 districts

LEAVE A REPLY

Please enter your comment!
Please enter your name here