୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ରାଜସ୍ୱ ସହାୟକ

0
137
senior-revenue-assistant-in-vigilance radar

ବରଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ତହସିଲ କର୍ମଚାରୀ । ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ ଅଫିସର ରେଭିନ୍ୟୁ ଆସିଷ୍ଟାଣ୍ଡ ବଳରାମ କଲାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗିରଫ ବାବୁ ଜଣକ ହେଲେ ବରିଷ୍ଠ ରାଜସ୍ବ ସହାୟକ ବଳରାମ କରାଳି । ସେ ପାର୍ଟିସନ କେସ ବାବଦରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ସେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ପୈତୃକ ସମ୍ପତ୍ତି ଭାଗ କରିବା ପାଇଁ ଆବଶ୍ୟକୀୟ ରିପୋର୍ଟ ପ୍ରସ୍ତୁତ କରିବାକୁ ନେଉଥିଲେ ଏହି ଲାଞ୍ଚ । ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ଏ ନେଇ ମାମଲା ରୁଜୁ ହୋଇଛି।

Also Read  Re-probe into Hadu's suicide case: Bargarh DC visits house of Hadu and meets family

LEAVE A REPLY

Please enter your comment!
Please enter your name here