ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର: SCB ମେଡିକାଲକୁ କରାଗଲା ନୋଡାଲ ସେଣ୍ଟର

0
454
odisha government-is-ready-to-fight-monkeypox

କଟକ: ମଙ୍କିପକ୍ସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର। କଟକ ଏସସିବି ମେଡିକାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବିଶ୍ୱର ୭୮ ଦେଶରେ ୧୮ ହଜାର ମଙ୍କିପକ୍‌ସରେ ସଂକ୍ରମିତ ହୋଇ ସାରିଲେଣି। ଦେଶରେ ଏପର୍ଯ୍ୟନ୍ତ ୪ଟି ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗାଇଡଲାଇନ୍‌ ଜାରି କରିଥିବାବେଳେ ରାଜ୍ୟ ସରକାର ବି ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି। ଏଥିପାଇଁ SCB ମେଡିକାଲକୁ ନୋଡାଲ ସେଣ୍ଟର କରାଯାଇଛି। ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।

ଏହାଛଡ଼ା କଟକ ଏସସିବି ମେଡିକାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୫ଟି ବିଭାଗର ଡାକ୍ତରଙ୍କୁ ନେଇ ଗଠନ କରାଯାଇଛି ସ୍ବତନ୍ତ୍ର ଟିମ୍। ଯେଉଁଥିରେ ମେଡିସନ, ଚର୍ମରୋଗ, ମାଇକ୍ରୋ ବାୟୋଲୋଜି ,ଶିଶୁ ରୋଗ, ଏସପିଏମ ବିଶେଷଜ୍ଞ ରହିଛନ୍ତି । ଆହାଛଡ଼ା ସମସ୍ତ ଦିଗ ଉପରେ ନଜର ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଆଉଟଡୋର ଓ ଇନଡୋରକୁ ଆସୁଥିବା ସମସ୍ତ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ସବୁ ବିଭାଗକୁ ସଜାଗ କରି ଦିଆଯାଇଛି। ସେହିପରି ସ୍ୱତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ୨ଟି ଏବଂ ICU ବେଡ୍‌ ୪ଟି ପ୍ରସ୍ତୁତ କରି ରଖାଯାଇଛି। ଯଦି କୌଣସି ରୋଗୀ ଆସନ୍ତି ତେବେ SCB ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମଙ୍କିିପକ୍ସର ନୋଡାଲ ଅଧିକାରୀ ଡାକ୍ତର ଜୟନ୍ତ ପଣ୍ଡା।

Also Read  ‘Why I stand for’ meeting in all poll-bound colleges and Universities of Odisha;