ତ୍ରିପୁରା ରେ ବିଜେପି ଦ୍ଵିତୀୟ ଥର ପାଇଁ ସରକାର ଗଢ଼ିବ

0
651
ତ୍ରିପୁରା ରେ ବିଜେପି ଦ୍ଵିତୀୟ ଥର ପାଇଁ ସରକାର ଗଢ଼ିବ
ତ୍ରିପୁରା ରେ ବିଜେପି ଦ୍ଵିତୀୟ ଥର ପାଇଁ ସରକାର ଗଢ଼ିବ

ଭୁବନେଶ୍ୱର
ମାର୍ଚ୍ଚ ୨ ତାରିଖ

ବିଜେପି ତ୍ରିପୁରା ରେ ଦ୍ଵିତୀୟ ଥର ପାଇଁ ସରକାର ଗଢିବା ନିଶ୍ଚିତ ହେଇଛି I ୬୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ଫେବୃଆରୀ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଇଥିଲା ଏବଂ ସେଥିମଧ୍ୟରୁ ବିଜେପି ୩୨ ଟି ଆସନରେ ବିଜୟୀ ହେଇଥିବା ବେଳେ ଏହାର ସହଯୋଗୀ ଦଳ ଇଂଡିଜେନ୍ସ ପିପୁଲ ଫ୍ରଣ୍ଟ ଅଫ ତ୍ରିପୁରା ଗୋଟିଏ ଆସନରେ ବିଜୟୀ ହେଇଛି I

ଗୁରୁବାର ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ ଫଳାଫଳ ଅନୁଯାୟୀ ଆଦିବାସୀ ଭିତ୍ତିକ ଟିପ୍ରା ମୋଥା ପାର୍ଟି (ଟିଏମପି) ପ୍ରଥମ ଥର ପାଇଁ ୪୨ ଟି ସିଟ୍ ରେ ପ୍ରତିଦ୍ୱନ୍ଦ୍ୱିତା କରି ୧୩ ଟି ସିଟ୍ ହାସଲ କରି ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଛି।

ସିପିଆଇ-ଏମ ୧୧ ଟି ଆସନ ଜିତିଥିବାବେଳେ କଂଗ୍ରେସ ତିନୋଟି ସ୍ଥାନ ହାସଲ କରିଛି। କଂଗ୍ରେସ ସହିତ ଆସନ ବଣ୍ଟନ ବ୍ୟବସ୍ଥାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସିପିଆଇ-ଏମ୍ ୪୭ ଜଣ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୧୩ ଟି ଆସନରେ ପ୍ରାର୍ଥୀ ଦେଇଥିଲା I

୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ୩୬ ଟି ସିଟ୍ ରେ ଜିତିଥିବା ବେଳେ ଏହାର ସହଯୋଗୀ ଆଇପିଟିଏଫ୍ ଆଠଟି ସିଟ୍ ହାସଲ କରିଥିଲା I ସିପିଆଇ-ଏମ୍ ପ୍ରାର୍ଥୀ ୧୬ ଟି ସିଟ୍ ରେ ଜିତିଥିଲେ I

ତେବେ ନିର୍ବାଚନ ପୂର୍ବରୁ ତ୍ରିପୁରାରେ ହାଇ ଭୋଲଟେଜ୍ ପ୍ରଚାର ଚଳାଇଥିବା ତୃଣମୂଳ କଂଗ୍ରେସ ରାଜ୍ୟରେ ଆକାଉଣ୍ଟ ଖୋଲିବାରେ ବିଫଳ ବିଫଳ ହେଇଛି I
ମୋଟ ୨୮.୧୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ୮୯.୯୫ ପ୍ରତିଶତ ଭୋଟର ଫେବୃଆରୀ ୧୬ ଭୋଟ ଦେଇଥିଲେ I ଏହି ନିର୍ବାଚନ ରେ ୩୧ ଜଣ ମହିଳାଙ୍କ ସମେତ ୨୫୯ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ I

Also Read  BJP Demands Apology From Sonia Gandhi For Waqf Bill Remarks