ଏନପିପି ଓ ବିଜେପି ମେଘାଳୟରେ ସରକାର ଗଢ଼ିପାରନ୍ତି

0
680
ଏନପିପି ଓ ବିଜେପି ମେଘାଳୟରେ ସରକାର ଗଢ଼ିପାରନ୍ତି
ଏନପିପି ଓ ବିଜେପି ମେଘାଳୟରେ ସରକାର ଗଢ଼ିପାରନ୍ତି

ଭୁବନେଶ୍ୱର
ମାର୍ଚ୍ଚ ୨
ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନାହାନ୍ତି I କନରାଡ ସାଙ୍ଗମା ଙ୍କ ନେତୃତ୍ୱରେ ଲଢ଼ୁଥିବା ଏନପିପି ଏଥର ୨୬ ଟି ସିଟ ରେ ବିଜୟଲାଭ କରିଥିବା ବେଳେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) ୧୧ ଟି ସିଟ୍ ରେ ଜିତିଛି I ସର୍ବ ଭାରତୀୟ ତୃଣମୂଳ କଂଗ୍ରେସ ୫ ଟିରେ, କଂଗ୍ରେସ ୫ ଟିରେ ଏବଂ ଭଏସ ଅଫ ପିପୁଲ ପାର୍ଟି ୪ଟି ସିଟ ଅକ୍ତିଆର କରିଛନ୍ତି I
ଜାତୀୟ ଜନତା ପାର୍ଟି ୩ ଟି ସିଟ ରେ ଜିତିଛି I ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗୁରୁବାର କହିଛନ୍ତି ଯେ ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏନପିପି ମୁଖ୍ୟ କନରାଡ ସାଙ୍ଗମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଥାହେଇ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆଶୀର୍ବାଦ ଲୋଡିଛନ୍ତି। । ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମେଘାଳୟ ରାଜ୍ୟ ୟୁନିଟକୁ ଆଗାମୀ ସରକାର ଗଠନ ପାଇଁ ଏନପିପି କୁ ସମର୍ଥନ କରିବାକୁ ପରାମର୍ଶ ଦେଇଛନ୍ତି।
ଏହା ପୂର୍ବରୁ ଆଶା କରାଯାଉଥିଲା ଯେ ବିଜେପି ଏବଂ ଏନପିପି ଏକାଠି ହୋଇ ମେଘାଳୟରେ ପରବର୍ତ୍ତୀ ସରକାର ଗଠନ କରିବେ।
ପୂର୍ବ ସରକାରରେ ଥିବା ଏନପିପିର ଅନ୍ୟ ଏକ ସହଯୋଗୀ ପାର୍ଟନର ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (ୟୁଡିପି) ୧୧ ଟି ସିଟ୍ ଜିତିଛି ଏବଂ ପୁନର୍ବାର ଏନପିପି ସହ ହାତ ମିଳାଇବାକୁ ଯାଉଛି ବୋଲି କୁହାଯାଉଛି I

 

Also Read  Election Schedule For 5 States Announced; 7-Phase Election In UP