ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ : ଘଟଣା ଚପାଇବାକୁ ୯୦ ହଜାର ଫାଇନ୍‌

0
601
ଯୌନ ଶୋଷଣ ମାମଲା
ଯୌନ ଶୋଷଣ ମାମଲା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା ।  ପ୍ରାୟ ୨ ଦିନ ପୂର୍ବେ ଏହି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଆଦିବାସୀ ନାବାଳିକାକୁ ଜଣେ ଆତ୍ମଘୋଷିତ ବାବା ଦୁଷ୍କର୍ମ କରିଥିବା ବେଳେ ଏହାକୁ ଚାପିବାକୁ ଚାଲିଥିଲା ଜୋରଦାର ଉଦ୍ୟମ । ଏପରିକି ଉକ୍ତ ବାବାଙ୍କ ଉପରେ ୯୦ ହଜାର ଟଙ୍କା ଫାଇନ୍‌ ପକାଇ ଘଟଣାକୁ ପ୍ରଘଟ ନ କରିବା ପାଇଁ ହୋଇଥିଲା ଯୋଜନା।

ହେଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ପୀଡିତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ପଦାକୁ ଆସିଛି । ପୁଲିସ୍‌ ଏବେ ଏହି ମାମଲା ତନାଘନା ଆରମ୍ଭ କରି ଉକ୍ତ ଆତ୍ମଘୋଷିତ ବାବାଙ୍କୁ ଖୋଜିବା ଆରମ୍ଭ କରିଛି। ଗତ ୨୩ତାରିଖରେ ଏହି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ  ଆଜି ସାମନାକୁ ଆସିଛି।

ସୂଚନା ଅନୁଯାୟୀ, ଗତ ରବିବାର ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଜଣକ ଘରେ ଥିବା ବେଳେ ତାଙ୍କ ପରିବାର ଲୋକ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ନାବାଳିକା ଓ ତାଙ୍କ ପିଉସୀ ଘରେ ଥିଲେ। ହେଲେ ପିଉସୀଜଣକ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ସୁଯୋଗରେ ଆତ୍ମଘୋଷିତ ବାବାଜଣକ ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ଏନେଇ ଗାଁରେ ଜଣାଇବାରୁ ଗାଁର ମୁରବିଙ୍କ ସମେତ ୨୫ ରୁ ୩୦ ଗ୍ରାମବାସୀ ବୈଠକ ଡକାଇ ଥିଲେ । ଗାଁ ବୈଠକରେ ଘଟଣାକୁ ରଫାଦଫା କରିବା ପାଇଁ ବାବାଜୀଙ୍କୁ ୯୦,୦୦୦ ଟଙ୍କା ଫାଇନ୍‌ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ୫ ହଜାର ଦେଇ ଖସି ପଳାଇଥିଲେ।

ଇତି ମଧ୍ୟରେ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଭିଡ଼ିବାରୁ ପରିବାର ଲୋକ ଆଜି ତାଙ୍କୁ ପିଆରଏମ୍‌ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ଏନେଇ ଖବର ପାଇ କିଛି ସାମାଜିକ କର୍ମୀ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବାରିପଦା ଟାଉନ ଥାନା ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  Sports complex construction work to begin soon in Burla