ଫେବୃଆରୀ ୧୧
ଶୁକ୍ରବାର ଦିନ ଉତ୍ତର ଦିଲ୍ଲୀରେ ଏକ ଚାରି ମହଲା କୋଠା ଭୁଶୁଡ଼ି ଯିବା ଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଅନ୍ୟ କେତେକ ଭଙ୍ଗା ଅଳିଆ ଆବର୍ଜନାରେ ଫସି ରହିଥିବା କୁହାଯାଉଛି।
ଦିଲ୍ଲୀ ର ବାୱାନା ଅଞ୍ଚଳରେ ଶୁକ୍ରବାର ଦିନ ଚାରି ମହଲା କୋଠା ଭୁଶୁଡ଼ିବା ପରେ ଦୁଇ ଜଣ ଆହତ ହୋଇଥିବାବେଳେ ଜଣେ ନଅ ବର୍ଷର ଶିଶୁର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି I
ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ କହିଛନ୍ତି ଯେ ସେମାନେ ୨ ଟା ୪୮ ରେ ଏହି ଘଟଣା ବିଷୟରେ ଖବର ପାଇଥିଲେ I ସଂଗେ ସଂଗେ ଚାରିଟି ଅଗ୍ନି ସେବା ସମ ଗାଡି ଘଟଣାସ୍ଥଳରେ ପହଂଚିଥିଲା।
ଏପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ ବୋଲି ସେ ନିଶ୍ଚିତ କରି କହିଛନ୍ତି I ତେବେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।

























