ପରିବାର ଲୋକଙ୍କୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆରପିଏଫ ଯବାନ

0
374
Police Inspector Injured In Firing From His Own Service Revolver
Police Inspector Injured In Firing From His Own Service Revolver

ରାଜସ୍ଥାନ: ନିଜକୁ ନିଜେ ଗୁଳି କଲେ ଆତ୍ମହତ୍ୟା କଲେ ସିଆରପିଏଫ ଯବାନ । ନିଜ ପରିବାର ସଦସ୍ୟଙ୍କୁ ବନ୍ଦୀ ରଖିବା ପରେ ବାଲକୋନିକୁ ଆସି ଫାଙ୍କା ଗୁଳିଚାଳନା କରିବା ଏବଂ ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ । ରାଜସ୍ଥାନର ଯୋଧପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯବାନ ଜଣକ ହେଉଛନ୍ତି ନରେଶ ଜାଟ। ରାଜସ୍ଥାନ ପାଲି ଜିଲ୍ଲାର ନରେଶଙ୍କ ଘର। ସମ୍ପୃକ୍ତ ଯବାନଙ୍କ ପାଖରେ ୪୦ ରାଉଣ୍ଡ ବିଶିଷ୍ଟ ଇନ୍‌ସାସ ରାଇଫଲ ଥିଲା। ରବିବାର ସେହି ରାଇଫଲରୁ ୮ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲଲେ। ଅନ୍ୟମାନଙ୍କୁ ଭୟଭୀତ କରିବା ପାଇଁ ସେ ଏହି ଗୁଳି ଚଳାନା କରିଥିଲେ। ପ୍ରାୟ ୧୮ ଘଣ୍ଟା ଧରି ନିଜ ପରିବାରକୁ ଘରେ ବନ୍ଦୀ କରି ରଖିଥିଲେ। ଏହା ପରେ ସେ ନିଜକୁ ଗୁଳିମାଡ଼ କରିଛନ୍ତି। ସ୍ଥାନୀୟ ପୁଲିସ କମିଶନର ରବିଦତ୍ତ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ସିଆରପିଏଫ ଯବାନ ନରେଶ ଅସନ୍ତୁଷ୍ଟ ଥିଲେ। ତେବେ ୭ରୁ ୮ ମାସ ତଳେ ନରେଶଙ୍କର ଏକ ଗାଡି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରଠୁ ସେ ବେଳେବେଳେ ନିଜର ମାନସିକ ସନ୍ତୁଳନ ହରାଇବସୁଥିଲେ । ତେଣୁ ସେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି ।

ତେବେ ପୁଲିସ ସତର୍କତାର ସହ ମା’ ଝିଅଙ୍କୁ ଘରୁ ଭିତରୁ ଉଦ୍ଧାର କରିଛି। ସେହିପରି ନରେଶଙ୍କ ମୃତ ଦେହକୁ ମଧ୍ୟ ଉଦ୍ଧାର କରିଛି। ଘଟଣା ଘଟିବା ପୂର୍ବରୁ ନରେଶଙ୍କ ବାପା ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ। ହେଲେ ନରେଶଙ୍କ ଫୋନ୍ ସୁଇଚଅଫ ଥିବା ସେ କହିଛନ୍ତି। ଘଟଣା ଘଟିବାର ୧୮ ଘଣ୍ଟା ପରେ ସମ୍ପୂର୍ଣ୍ଣ ଖବର ସାମ୍ନାକୁ ଆସିଥିଲା।

Also Read  Padmashri awardee Baba Sivanand dies in Varanasi