ଦୁର୍ବଳ ପଡ଼ିଲା ଅସାନି, ଦୁଇ ଦିନ ପରେ ରାଜ୍ୟରେ ବଢ଼ିବ ତାତି

0
337
low-pressure-turned-to-depression

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅସାନି ଦୁର୍ବଳ ହୋଇଛି । ପ୍ରଥମେ ଗଭୀର ଅବପାତ ଓ ଆଜି ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଆହୁରି ଦୁର୍ବଳ ପଡ଼ିବ । ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଡିପ୍ରେସନ୍ । ଗତକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିଲା ଅସାନି । ଏହାପରେ ଦୁର୍ବଳ ପଡ଼ିଥିଲା । ସମୁଦ୍ର ଭିତରକୁ ଚାଲିଯାଇଥିଲା ବାତ୍ୟା । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବର୍ଷା ହୋଇଛି । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ତିନି ଚାରି ଦିନ ପାଗ ଥଣ୍ଡା ରହିଥିଲା । ଏବେ ବାତ୍ୟା ଟଳିଥିବାରୁ ପୁଣି ଥରେ ବଢ଼ିବ ଦିନର ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକଠାରୁ ୩-୫ ଡିଗ୍ରୀ ଯାଏ ତାପମାତ୍ରା କମ୍ ରହିଛି । ଦୁଇ ଦିନ ଭିତରେ ସବୁ ଅଞ୍ଚଳରେ ବଢ଼ିବ ପାରଦ । ୧୫ ତାରିଖ ବେଳକୁ ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେବ । ଉପକୂଳ ଓଡ଼ିଶାରେ ୪୦ ଡିଗ୍ରୀ ଓ ଆଭ୍ୟନ୍ତରୀ ଓଡ଼ିଶାରେ ଦିନର ତାପମାତ୍ରା ୪୪ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Also Read  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ; ସୁରକ୍ଷିତ ଅଛି ଗର୍ଭଗୃହ ଓ ରତ୍ନସିଂହାସନ

LEAVE A REPLY

Please enter your comment!
Please enter your name here