ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଏନକାଉଣ୍ଟର, ଖସିଗଲେ ସହଯୋଗୀ

0
182

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ । ଗତକାଲି ରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଅପରାଧି-ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ଚକରା ବାରିକ ଆହତ ହୋଇଛି । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ଚକରାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚକରାକୁ ଧରିବା ପାଇଁ ଯାଇଥିଲା ପୋଲିସ । ଏତିକିବେଳେ ପୋଲିସକୁ ଦେଖି ଚକରା ଓ ତାର ସହଯୋଗୀ ବୋମାମାଡ଼ କରିଥିଲେ । ଜବାବରେ ଏନକାଉଣ୍ଟର କରିଥିଲା ପୋଲିସ । ଚକରା ଆହତ ହୋଇଥିବା ବେଳେ ତାର ସହଯୋଗା ଖସି ଯାଇଛନ୍ତି ।

ଏଥିରେ ଦୁଇ ଜଣ ପୋଲିସ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ବାଇକ୍ ଜବତ କରିଛି ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳକୁ ଯାଇ ଖୋଳତାଡ କରିଛନ୍ତି । ସେମାନେ ବନ୍ଧୁକ ଦେଖାଇ ଲୁଟ୍ ଯୋଜନା କରୁଥିଲେ । ଫେରାର୍ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚାଲିଛି ।

Also Read  ଗାଡ଼ି ଚାଳନା ବେଳେ ମୋବାଇଲରେ ଗପି ଜରିମାନା ଦେଲେ ୨୩ ଜଣ, ବାତିଲ୍ ହେବ ଡିଏଲ୍

LEAVE A REPLY

Please enter your comment!
Please enter your name here