ଫେବୃଆରୀ ୨୪/ କିଛି ଦିନ ହେବ ଦେଶରେ ଦୈନିକ କୋଭିଡ କେଶ କମିବାରେ ଲାଗିଛି I ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଅ ଯାଇଥିବା ରିପୋର୍ଟ ଅନୁସାରେ, ୨୪ ଘଂଟାରେ ୧୪,୧୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୮,୮୧,୧୭୯ରେ ପହଞ୍ଚିଛି।
ସେହିପରି ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୩୦ ହଜାର ୯ ଜଣ ଏବଂ ମୋଟ ସୁସ୍ଥ ହେଇଥିବା ରୋଗୀ ଙ୍କ ସଂଖ୍ୟା ୪,୨୨, ୧୯,୮୯୬ ରେ ପହଂଚିଛି I ଏହାଦ୍ୱାରା ସୁସ୍ଥତା ହାର ୯୮.୪୬ କୁ ବୃଦ୍ଧିପାଇଛି I
ସକ୍ରିୟ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ କମିବାରେ ଲାଗିଛି I ଏବେ ୧,୪୮,୩୫୯ ଜଣ ଚିକିତ୍ସାଧୀନ ଅଛନ୍ତି I ଯାହା ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୦.୩୫ ପରସେଣ୍ଟ I
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ୨୪ ଘଂଟାରେ ୩୦୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୯୨୪ କୁ ବୃଦ୍ଧିପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ପରୀକ୍ଷା କରାଯାଇଛି ୧୧,୫୫,୧୪୭ଟି ନମୁନା। ସାପ୍ତାହିକ ପଜିଟିଭିଟି ହାର ୧.୬୦ ରହିଥିବା ବେଳେ ଦୈନିକ ପଜିଟିଭିଟି ହାର ୧.୨୨ କୁ କମିଆସିଛି I