ଓଡ଼ିଶାରେ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0
994
ଓଡ଼ିଶାରେ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରେ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଫେବୃଆରୀ/ ଓଡ଼ିଶାରେ ୩୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୯ ଜଣ ସଙ୍ଗରୋଧ ରେ ଥିବାବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ୩୩୯ ନୂଆ କେଶ ମଧ୍ୟରୁ, ୬୯ ଜଣଙ୍କର ବୟଷ ୧୮ ବର୍ଷ ମଧ୍ୟରେ I
ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ର ତଥ୍ୟ ଅନୁସାରେ, ଅନୁଗୁଳରୁ ୧୪ ଜଣ, ବାଲେଶ୍ୱରରୁ ୧୪ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧ ଜିଲ୍ଲାରୁ ୨, କଟକରୁ ୧୭ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୨୫, ଗଞ୍ଜାମରୁ ୧୪ ଜଣ, ଯାଜପୁରରୁ ୧୪ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡିରୁ ୪ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, ଖୋର୍ଦ୍ଧାରୁ ୩୬ ଜଣ, କୋରାପୁଟରୁ ୧୬ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୧୯ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୧ ଜଣ, ପୁରୀରୁ ୧ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୧୪ ଜଣ, ସୋନପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ ଓ ଷ୍ଟେଟ ପୁଲରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

୩୩୯ ନୂଆ କେଶ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୩, ୯୭୮ ରେ ପହଂଚିଛି I ନୂଆ ସୁସ୍ଥ ହେଇଥିବା ୭୯୭ କୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨, ୭୧, ୦୧୮ ଜଣ ସୁସ୍ଥ ହେଇ ସାରିଛନ୍ତି I ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବେ ୩,୮୬୨ କୁ କମିଆସିଛି I

 

Also Read  India records 41,649 fresh Covid Positive Cases; 593 deaths in a day