ଦେଶରେ ତଳମୁହାଁ କରୋନା: ଦୈନିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି

0
259
ସଂକ୍ରମଣ କମୁଛି
ସଂକ୍ରମଣ କମୁଛି

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ବେଗରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହେଲେ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୭ ହଜାର ୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୧ରେ ପହଞ୍ଚିଛି । ତେବେ ଏହି ସମୟରେ ଏତେ ସଂଖ୍ୟକ ମୃତ୍ୟୁ ହେବା ଏବେ ଚିନ୍ତାର କାରଣ ହୋଇଛି ।

 

ଦେଶରେ ବର୍ତ୍ତମାନର କରୋନାର ପଜିଟିଭିଟି ହାର କମ୍‌ ରହିଛି। ବୁଧବାର ତୁଳନାରେ ଗୁରୁବାର ୬ ପ୍ରତିଶତ କମିଛି କରୋନା ପଜିଟିଭିଟି ହାର। ଦେଶରେ ଦୈନିକ ପଜିଟିଭିଟି ହାର ୪.୪୪% ରହିଛି। ବର୍ତ୍ତମାନ ଯାଏ ଦେଶରେ କରୋନା ଯୋଗୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକେ ଆଖିବୁଜି ସାରିଲେଣି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୯୬.୯୫ ପ୍ରତିଶତ ଲୋକେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୫ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୭୯୦୭୮୯ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୧୦ ଲକ୍ଷ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫,୦୬,୫୨୦ ସଂକ୍ରମିତ ପ୍ରାଣ ହରାଇଛନ୍ତି।

Also Read  ପଞ୍ଚାୟତ ନିର୍ବାଚନ : ୧୪ରେ ଚୂଡ଼ାନ୍ତ ଭୋଟର ତାଲିକା

LEAVE A REPLY

Please enter your comment!
Please enter your name here