ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ରେଞ୍ଜ ଅଫିସର

0
705

ଫୁଲବାଣୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ କେ.ନୂଆଗାଁ ଫରେଷ୍ଟ ରେଞ୍ଜ୍ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବୈରାଗୀଙ୍କ ଫୁଲବାଣୀ ଭିଜିଲାନ୍ସ ସେଲ୍ କେ. ନୂଆଗାଁ ସ୍ଥିତ ସରକାରୀ ବାସଭବନ, ରେଞ୍ଜ କାର୍ଯ୍ୟାଳୟ, କନ୍ଧମାଳ, ଗଞ୍ଜାମ ଓ ବୌଦ୍ଧ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ଜାରି ରହିଛି ।

କେ. ନୂଆଗାଁ ଠାରେ ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଚଢ଼ଉ ଚାଲିଛି।  ଭିଜିଲାନ୍ସ ଟିମ୍‌ ତାଙ୍କ କାର୍ଯ୍ୟାଳୟର ବିଭିନ୍ନ ଫାଇଲ, ବ୍ୟାଙ୍କ ଜମା ଖାତା ଯାଞ୍ଚ କରୁଥିବା ଜଣାପଡ଼ିଛି। ବୈରାଗୀ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ସକାଳେ ବୈରାଗୀ ଘରେ ଚଢ଼ାଉ କରିଥିଲା।  ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

Also Read  Odisha: 41% voter turnout recorded in six hours