ଧାନ ସମେତ ଚଳିତ ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

0
487

ଭୁବନେଶ୍ୱର: ଜୁନ ୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି(ସିସିଇଏ) 2022-23 ବର୍ଷ ପାଇଁ ଧାନ ସମେତ 17ଟି ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାରଙ୍କ ଏହି ନିଷ୍ପତି ଦ୍ୱାରା  ଚାଷୀ ଭାଇମାନଙ୍କ ଆୟ ଆହୁରି ବୃଦ୍ଧି ହେବ । ପୂର୍ବରୁ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଛା 1940 ଟଙ୍କା ପାଉଥିବା ଚାଷୀ ଏଣିକି 2040 ଟଙ୍କା ପାଇବେ । ଏହି ନିଷ୍ପତି ଦ୍ୱାରା ଓଡ଼ିଶା ଭଳି ରାଜ୍ୟର ଚାଷୀମାନେ ବିଶେଷ ଲାଭବାନ ହେବେ ।

ମାଣ୍ଡିଆ, ମକା, ହରଡ଼, ମୁଗ, ଚିନାବାଦାମ, ବିରି, ସୂର୍ଯ୍ୟମୁଖୀ ମଞ୍ଜି, ରାଶି, କପା ଭଳି ଖରିଫ ଫସଲର ଏମଏସପି ବୃଦ୍ଧି ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀଜୀଙ୍କ ଏହି ନିଷ୍ପତି ଆମର ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ସଙ୍ଗେସଙ୍ଗେ ଚାଷ କରିବାକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି

Also Read  ଜଷ୍ଟିସ ଉଦୟ ଉମେଶ ଲଲିତ ଦେଶର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ