ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

0
168

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍‌ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସେପଟେ ଭଦ୍ରକ ପୌରପାଳିକା , ବାସୁଦେବପୁର ପୌରପାଳିକା ଓ ଚାନ୍ଦବାଲି ଏନଏସି ପାଇଁ ଭୋଟ ଗଣତି ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ ।

ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି । ବିଜୟ ଶୋଭାଯାତ୍ର ଉପରେ କଟକଣା ଲଗାଯାଇଛି । ସର୍ବାଧିକ ୫ ଜଣ ଲୋକ କୌଣସି ସ୍ଥାନରେ ଏକାଠି ଛିଡା ହୋଇପାରିବେନାହିଁ । ସେହିଭଳି ୨୬ ତାରିଖ ସକାଳ ୬ ରୁ ୨୭ ତାରିଖ ସକାଳ ୬ ପର୍ଯ୍ୟନ୍ତ ସହର ମଧ୍ୟକୁ ଚାରି ଚକିଆ ଗାଡ଼ି ଆସିପାରିବନାହଁ । ଉଭୟ ଘରୋଇ ଓ କମର୍ସିଆଲ ଗାଡ଼ି ଉପରେ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ି ଯାତାୟାତ କରିବ ।

Also Read  ହଜିଗଲା ମାନବିକତା; ଶିକ୍ଷା ଦେଉଥିବା ଶିକ୍ଷକଙ୍କ ହିଁ ପାଲଟିଗଲା ନୃଶଂସ, ମାଠିଆରୁ ପାଣି ପିଇବାରୁ ୯ ବର୍ଷର ଛାତ୍ରଙ୍କୁ ପିଟି ପିଟି ହତ୍ୟା

LEAVE A REPLY

Please enter your comment!
Please enter your name here