ଧିମା ପଡ଼ିପଡ଼ିଯାଛି ବାତ୍ୟା ‘ଜୱାଦ’ର ବେଗ : ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବ

0
700
ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବ
ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଜୱାଦ’ର ପ୍ରକୋପ ତଥା ବେଗ ମନ୍ଥର ହୋଇଯାଇଛି ଏବଂ ତାହା ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ସଦ୍ୟତମ ସୂଚନା ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୪ କିଲୋମିଟର୍‌ ବେଗରେ ସାମାନ୍ୟ ଉତ୍ତର ଆଡ଼କୁ ଗତି କରି ଆଜି ଭୋର୍‌ ୫.୩୦ ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ଜୱାଦ୍’ ଦକ୍ଷିଣପୂର୍ବ ବିଶାଖାପାଟଣାରୁ ୨୩୦ କିଲୋମିଟର୍‌, ଗୋପାଳପୁର ଦକ୍ଷିଣରୁ ୩୪୦ କିଲୋମିଟର୍‌, ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବକୁ ୪୧୦ କିଲୋମିଟର୍‌ ଏବଂ  ପାରାଦୀପର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

 

Also Read  Patient falls off from AIIMS hospital in Odisha capital