ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି ୨ ଓମିକ୍ରନ୍‌ ଆକ୍ରାନ୍ତ : କଣ୍ଟାକ୍ଟରେ ୨୧ ଜଣ

0
511
କଣ୍ଟାକ୍ଟରେ ୨୧ ଜଣ
କଣ୍ଟାକ୍ଟରେ ୨୧ ଜଣ

ଭୁବନେଶ୍ୱର : ଓଡ଼ିଶାରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଉଭୟ ନନ୍‌ ଆଟ୍‌ ରିସ୍କ ଦେଶରୁ ଫେରିଛନ୍ତି। ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର କିଛି ଲକ୍ଷଣ ନଥିବା ବେଳେ ଅନ୍ୟ ଜଣଙ୍କର ଅଳ୍ପ କାଶ ହେଉଛି। ଦୁଇ ଜଣଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଓଡ଼ିଶାକୁ ନଭେମ୍ବରରୁ ଏଯାଏଁ ୮୮୦୦ ବିଦେଶ ଫେରନ୍ତା ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଆଟ୍ ରିସ୍କ ଦେଶରୁ ୧୬୦୦ ଲୋକ ଆସିଛନ୍ତି। ବିଦେଶ ଫେରନ୍ତାଙ୍କ RTPCR ଟେଷ୍ଟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ଜିନମ ସିକ୍ୟୁଏନ୍ସିଂ ହୋଇଥିବା ବେଳେ ସେଥିରୁ ୨ ଜଣ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାର ଫେରନ୍ତା। ଉଭୟ ନନ୍ ଆଟ୍ ରିସ୍କ ଦେଶରୁ ଫେରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି। ୨୧ ଜଣ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସେପଟେ ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଓଡ଼ିଶାରେ ଓମିକ୍ରନ୍‌ ପଶି ସାରିଥିବା ବେଳେ ଏହାର ମୁକାବିଲା ପାଇଁ ଲୋକସଭା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ଏଥିରେ ସ୍ୱାସ୍ଥ୍ୟ ବିଭାଗ ସମେତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।

Also Read  ଆସନ୍ତା ସପ୍ତାହରେ ଏହି ସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ