ନାଟୋ କିମ୍ବା ଆମେରିକା ୟୁକ୍ରେନ କୁ ସୈନ୍ୟ ପଠାଇବେ ନାହିଁ

0
384
ନାଟୋ କିମ୍ବା ଆମେରିକା ୟୁକ୍ରେନ କୁ ସୈନ୍ୟ ପଠାଇବେ ନାହିଁ
ନାଟୋ କିମ୍ବା ଆମେରିକା ୟୁକ୍ରେନ କୁ ସୈନ୍ୟ ପଠାଇବେ ନାହିଁ

ଫେବୃଆରୀ ୨୫/ନାଟୋ ଏବଂ ଆମେରିକା ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନ କୁ ସେମାନେ ସୈନ୍ୟବାହିନୀ ପଠାଇବେ ନାହିଁ I
ୟୁକ୍ରେନ ର ଯୁଦ୍ଧାସ୍ତ୍ର ଏବଂ ସୈନ୍ୟ ସଂଖ୍ୟା ରୁଷିଆ ଠାରୁ ଯଥେଷ୍ଟ କମ ସତ୍ୱେ, ତାକୁ ଏକାକୀ ଯୁଦ୍ଧ ଲଢ଼ିବା ପାଇଁ ଛାଡି ଦେଇଛନ୍ତି ନଟୋ ଦେଶ ସମୂହ ଏବଂ ଆମେରିକା I
ଡେଲି ମେଲ ର ରିପୋର୍ଟ ରେ କୁହାଯାଇଛି, ପଡୋଶୀ ଦେଶଗୁଡିକୁ ଏହି ଯୁଦ୍ଧ ଯେପରି ବିସ୍ତାର ନ କରେ ସେ ନେଇ ନଟୋ ଚେଷ୍ଟା କରିବ ଏବଂ ଧ୍ୟାନ ଦେବ I
ମିଳିତ ମଞ୍ଚର ପୋଲାଣ୍ଡ, ୟୁକ୍ରେନ- ପରସ୍ପର ମଧ୍ୟରେ ଏକ ଦୀର୍ଘ ସୀମା ବଣ୍ଟନ କରିଛନ୍ତି I ବାଲଟିକ୍ ରାଜ୍ୟଗୁଡିକ – ଇଷ୍ଟୋନିଆ, ଲାଟଭିଆ ଏବଂ ଲିଥୁଆନିଆ ମଧ୍ୟ ନାଟୋ ସଦସ୍ୟ I ସେମାନେ ବର୍ତମାନ ରୁଷ ର ଆକ୍ରମଣ ନେଇ ଭୟ କରୁଛନ୍ତି |

ରିପୋର୍ଟରେ କୁହାଯାଇଛି ଯେ ୟୁରୋପୀୟ ଦେଶର ୧୦୦ ଟି ଯୁଦ୍ଧ ବିମାନ ହାଇ ଆଲର୍ଟରେ ରହିଛି I

White House ର ଏକ ଜରୁରୀକାଳୀନ ସାମ୍ବାଦିକ ସମ୍ମିଳନୀରେ ବିଡେନ ପୁଟିନଙ୍କୁ ‘ପାରିଆ’ ବୋଲି କହିଛନ୍ତି ଏବଂ ପାଶ୍ଚାତ୍ୟ ଦେଶଗୁଡିକୁ ଏକାଠି ରହିବାକୁ କହିଛନ୍ତି।

କିନ୍ତୁ ସେ ସ୍ପଷ୍ଟ କରିଛନ୍ତି, ୟୁକ୍ରେନକୁ ସନ୍ୟବାହିନୀ ପଠାଇବ ନାହିଁ I

ଆମେରିକା ର ରାଷ୍ଟ୍ରପତି କହିଛନ୍ତି: ୟୁକ୍ରେନରେ ରୁଷିଆ ବିରୁଦ୍ଧ ରେ ଲଢ଼ିବାପାଇଁ ଆମ ସୈନ୍ୟ ଯିବେ ନାହିଁ I ଆମର ସୈନ୍ୟ ମାନେ ୟୁକ୍ରେନରେ ଯୁଦ୍ଧ କରିବାକୁ ୟୁରୋପକୁ ଯାଉନାହାଁନ୍ତି, ଆମର ନାଟୋ ସହଯୋଗୀଙ୍କୁ ରକ୍ଷା କରିବା ଏବଂ ପୂର୍ବରେ ଥିବା ଏହି ସହଯୋଗୀମାନଙ୍କୁ ସହଯୋଗ କରିବା ଆମର ଲକ୍ଷ I
ରୁଷିଆ ଏହି ଯୁଦ୍ଧ କରି ଅନ୍ୟାୟ କରୁଛି I ଏହା ରୁଷିଆ କୁ ଦୁର୍ବଳ କରିବ ଏବଂ ସାରା ବିଶ୍ୱକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି I
ଖାଲି ୟୁକ୍ରେନ ନୁହେଁ, ପୁଟିନ ଙ୍କର ବହୁତ ବଡ଼ ଆକାଂକ୍ଷା ଅଛି | ସେ ପ୍ରକୃତରେ ପୂର୍ବତନ ସୋଭିଏତ୍ ୟୁନିଅନର ପୁନଃ ପ୍ରତିଷ୍ଠା ଚାହୁଁଛନ୍ତି, କହିଛନ୍ତି ବାଇଡେନ I

Also Read  ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍‌ ପହଞ୍ଚିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

LEAVE A REPLY

Please enter your comment!
Please enter your name here