ବର ଚଂଦା ଥିବା ଜାଣିବା ପରେ ବେଦୀ ରୁ ଉଠିଗଲେ କନ୍ୟା; ବାହା ନ ହେଇ ଘରକୁ ଫେରିଲେ ବର

0
705
Childline Odisha Foils MP Man's Attempt To Marry A Minor Girl In Cuttack City
Childline Odisha Foils MP Man's Attempt To Marry A Minor Girl In Cuttack City

ଫେବୃଆରୀ ୨୫/ ବର ୱିଗ୍ ପିନ୍ଧିଥିବା ଜାଣିବା ପରେ ବିବାହ ବେଦୀ ରେ ବାହା ହେବାକୁ ମନ କରିଦେଲେ କନ୍ୟା I ବୁଧବାର ରାତିରେ ଏଟାୱା ଜିଲ୍ଲାର ଭାରତନା ଅଞ୍ଚଳରେ ଏହି ଘଟଣା ଘଟିଛି।

ବର ଅଜୟ କୁମାରଙ୍କୁ ବିବାହ ନକରି ଘରକୁ ଫେରିବାକୁ ପଡିଲା।

ଖବର ଅନୁଯାୟୀ, ଯେତେବେଳେ ଫୁଲମାଳ ବିନିମୟ ସମାରୋହ ଚାଲିଥିଲା, କନ୍ୟା ଦେଖିଲେ ଯେ ବର ଅଜୟ କୁମାର ଖୁବ ସତର୍କତା ର ସହ ଫୁଲମାଳ ପିନ୍ଧୁଛନ୍ତି I ବାରମ୍ବାର ମୁଣ୍ଡରେ ହାତମାରି କିଛି ସଜାଡୁଛନ୍ତି I

କେହି ଜଣେ କନ୍ୟାକୁ କହିଥିଲେ ଯେ ବର ପ୍ରକୃତ ରେ ଚଂଦା I ତାଙ୍କ ମୁଣ୍ଡରେ ବାଳ ନାହିଁ I ସେ ୱିଗ୍ ପିନ୍ଧିଛନ୍ତି I କନ୍ୟା ହତାଶ ହେଇ ବେଦୀ ଉପରେ ବସି ରହିଲେ I ପରେ ପରେ ଚେତା ହରାଇବସିଲେ I

ଯେତେବେଳେ ସେ ଚେତା ଫେରି ପାଇଲେ, ସେ ବରକୁ ବିବାହ କରିବାକୁ ମନା କରିଦେଲେ |

ଝିଅ ର ପରିବାର ଲୋକେ ବହୁ ବୁଝାସୁଝା କରିବା ପରେ ମଧ୍ୟ, କନ୍ୟା ଆଉ ବାହାହେବା କୁ ରାଜି ହେଇ ନ ଥିଲା I ଶେଷରେ ବର ବାହା ନ ହେଇ ଘରକୁ ଫେରିଲେ I

Also Read  ପୁରୀ ରଥଯାତ୍ରାର ଫଟୋ ସଂଗ୍ରହ ପାଇଁ ଯାଉଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ