ନୂଆବର୍ଷ ଅବସରରେ କୋଭିଡ କଟକଣା କଡାକଡି: ରାଜଧାନୀରେ ସିଲ୍‌ ହେଲା ମାର୍କେଟ, ଦୋକାନ

0
1120
BMC Issues Stringent Regulations For Roadside Eateries
BMC Issues Stringent Regulations For Roadside Eateries

ଡ଼ିସେମ୍ବର ୩୧
ନୂଆ ବର୍ଷ ଅବସରରେ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱର ରେ କୋଭିଡ କଟକଣା ଜୋରଦାର କରାଯାଇଛି I କାରଣ, ଖାଲି କୋଭିଡ କେଶ ନୁହେଁ, ଓମୀକ୍ରନ ଭାରିଆଣ୍ଟ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି I

ଏହାକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ କଟକଣାକୁ ଜାନୁୟାରୀ ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ଆସିଲାଣି ଗାଇଡଲାଇନ୍‌। ଭୁଵବନେଶ୍ୱର ମୁନିସିପାଲ କର୍ପୋରେସନ ଅଂଚଳରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ୱାରା ଗୁଡିକ ଜନସାଧାରଣ ଙ୍କ ପାଇଁ ୩୧ ଡ଼ିସେମ୍ବର ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ I
ନୂଆ ଗାଇଡଲାଇନ୍ ଅନୁସାରେ, ଜାନୁଆରୀ ମାସରେ ପିକନିକ କରାଯିବବ କୁ ବାରଣ କରାଯାଇଛି । ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ ପିକନିକ୍ ମନାଇ ପାରିବେ ନାହିଁ। ଏପରିକି ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ୍ ମନାଇବାକୁ ଯାଇପାରିବେ ନାହିଁ। ରାଜ୍ୟ ରେ କୌଣସି ପ୍ରକାରର ସାମାଜିକ ଓ ଧାର୍ମିକ ସମାବେଶ ହେଇ ପାରିବ ନାହିଁ I

ଅନ୍ୟ ପକ୍ଷ ରେ ନୂଆ ବର୍ଷ ଅବସରରେ, ରାଜଧାନୀର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଗହଳି ହେଉଥିବା ଲକ୍ଷ କରାଯାଉଛି I
ଡିସେମ୍ବର 31 ରୁ ଜାନୁୟାରୀ 2 ପର୍ଯ୍ୟନ୍ତ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପ ଏବଂ ଅନ୍ୟାନ୍ୟ ସ୍ଥାନରେ ବି ଏମ ସି ଜିରୋ ନାଇଟ୍ ସେଲିବ୍ରେସନ୍କୁ ବାରଣ କରାଯାଇଛି |
କୋଭିଡ୍ ଗାଇଡ ଲାଇନ ଉଲ୍ଲଘଂନ କରି ଅତ୍ୟଧିକ ଗହଳି ହେଉଥିବା ଅଭିଯୋଗରେ ରାମ ମନ୍ଦିର ପାଖ ରେ ଥିବା ଜଳଖିଆ ଦୋକାନ, ଏସ୍‌ପ୍ଲାନେଡ୍‌ ମଲ୍‌ ଫୁଡ୍ କୋର୍ଟ, ଜାଗମରI ଏୟାରପୋର୍ଟ ରୋଡ ଥିବା ଖାଇବା ଦୋକାନ , ଗୋପବନ୍ଧୁ ଛକ ପାଖ ରେ ଥିବା କିଛି ଦୋକାନ ଓ ମାର୍କେଟ ଆଦିକୁ ସିଲ୍ କରାଯାଇଛି । ଏପରିକି ନର୍ଥ ଜୋନର ପଟିଆ ସ୍ଥିତ ଏକ ବାର କୁ ସିଲ୍‌ କରିଛି ବିଏମସି ।

Also Read  ଆଦିବାସୀ ଭିନ୍ନକ୍ଷମ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୭ ଦିନ ପରେ ଉଦ୍ଧାର: ଇଙ୍ଗିତରେ ବୟାନ ଦେଲେ ପୀଡ଼ିତା