ନୂଆ ବର୍ଷରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ମୋଦି

0
623
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ:ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର (ପିଏମ୍‌-କିଷାନ୍‌) ୧୦ମ କିସ୍ତି ରିଲିଜ୍‌ କରିଛନ୍ତି। ଏହି ଯୋଜନାରେ ସମଗ୍ର ଦେଶର ଯୋଗ୍ୟ ହିତାଧିକାରୀ କୃଷକମାନେ ପ୍ରତ୍ୟକ୍ଷ ଭାବେ ସେମାନଙ୍କ ବ୍ୟାଙ୍କ୍‌ ଖାତାରେ ୨୦୦୦ ଟଙ୍କା ଲେଖାଏଁ ପାଇବେ।

ନବ ବର୍ଷରେ ଚାଷୀଙ୍କୁ ଟଙ୍କା ପଠାଇଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ ଯୋଜନାରେ ଦଶମ କିସ୍ତି ଭାବେ ୧୦.୦୯ କୋଟିରୁ ଅଧିକ ଚାଷୀଙ୍କୁ ୨୦,୯୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଯୋଗ୍ୟ ଚାଷୀମାନଙ୍କୁ ୩ଟି ଇନ୍‌ଷ୍ଟଲମେଣ୍ଟରେ ୨୦୦୦ କରି ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯାଇଥାଏ।

ଏହି ଟଙ୍କା ଚାଷୀଙ୍କ ଆକାଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯାଇଥାଏ। ଏଥିସହ ଭର୍ଚୁଆଲ୍ ଇଭେଣ୍ଟ କାର୍ଯ୍ୟକ୍ରମରେ ମୋଦି ୩୫୧ ଚାଷୀ ଉତ୍ପାଦକ ସଙ୍ଗଠକୁ (FPO)କୁ  ୧୪ କୋଟିରୁ ଅଧିକ ଇକୁଇଟି ପ୍ରଦାନ କରିଛନ୍ତି। ଏଥିରେ ୧.୨୪ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଦେଶର ୯ ଜଣ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏବଂ ବିଭିନ୍ନ କୃଷି ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ନୂଆ ବର୍ଷର ପ୍ରଥିମ ଦିନରେ ପ୍ରାୟ ୧୦.୦୯ କୋଟି ହିତାଧିକାରୀଙ୍କୁ ପ୍ରାୟ ୨୦.୯୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ପିଏଏମ କିଷାନ ଯୋଜନା ସହାୟ ହେବ। ଏହି ଯୋଜନାରେ ଏ ଯାଏଁ ୧.୮ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି ।
Also Read  "ଟ୍ୱିଟରକୁ କିଣିବା ବଦଳରେ ଶ୍ରୀଲଙ୍କାକୁ କିଣି ନିଅ": ଏଲନ୍‌ ମସ୍କଙ୍କୁ ସ୍ନାପଡିଲ୍‌ ସିଇଓଙ୍କ ଉପଦେଶ