ପୁଅ ର ଚିକିତ୍ସା ପାଇଁ ଚୋରି କରୁଛନ୍ତି ଜଣେ ପୋଲିସ କର୍ମଚାରୀ

0
556
Berhampur Police Arrests Members Of Interstate Robbers’ Gang
Berhampur Police Arrests Members Of Interstate Robbers’ Gang

ଫେବୃଆରୀ ୨୩

ପୁଅ କର୍କଟ ରୋଗୀ I ତାଙ୍କୁ ଚିକିତ୍ସା କରିବା ପାଇଁ ବାପା କାର ଏବଂ ବାଇକ ଚୋରି କରୁଛନ୍ତି I ସେ ପୁଣି ଜଣେ ଜଣେ ପୂର୍ବତନ ପୋଲିସ କର୍ମଚାରୀ I
ପୂର୍ବରୁ ବାହାରିନ ରେ ପୋଲିସ ଭାବରେ ଚାକିରୀ କରୁଥିବା ଏହି ଅପରାଧୀ ଜଣଙ୍କୁ କର୍ଣ୍ଣାଟକ ପୋଲିସ ବୁଧବାର ଦିନ ଗିରଫ କରିଛନ୍ତି I

ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ୬୧ ବର୍ଷିୟ ନାଜିର ଅହମ୍ମଦ ଇମ୍ରାନ I ସେ କେରଳର ମୂଳ ବାସିନ୍ଦା ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ନାଜିର ଭାରତ ଆସିବା ପୂର୍ବରୁ ବହରାଇନ୍ ରେ 9 ବର୍ଷ ପର୍ଯ୍ୟନ୍ତ ପୋଲିସ ଭାବରେ କାର୍ଯ୍ୟ କରିଥିଲେ।

ତାଙ୍କୁ ୧୪ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଗିରଫ କରାଯାଇଛି। ତାଙ୍କ ପୁଅ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ପଡିଲା I ପରେ ପରେ ନାଜିର ଏକ ପେସାଦାର କାର ଚୋର ହୋଇଥିଲେ I ୨୦୦୮ ମସିହାରେ ଅଶୋକନଗର ପୋଲିସ ନାଜିରଙ୍କୁ ଗିରଫ କରିଥିଲେ , ଯଦିଓ ସେ ଜାମିନ ପାଇଥିଲେ ଏବଂ ଜେଲରୁ ବାହାରିଥିଲେ।

ଜେଲରୁ ବାହାରିବା ପରେ ସେ ଅପରାଧ ଜାରି ରଖିଥିଲେ। ନିକଟରେ ତାଙ୍କୁ ଗୋଟିଏ ଏସୟୁଭି ଚୋରିକରିବା ଅଭିଯୋଗରେ ଗିରଫ କରାଯାଇଛି। ନାଜିର ଠାରୁ ଚୋରି ହେଇଥିବା ଦୁଇଟି ବାଇକକୁ ମଧ୍ୟ ପୋଲିସ ଜବତ କରିଛି।

ସେ ପୋଲିସ ଆଗରେ ମାନିଛନ୍ତି ଯେ’ ତାଙ୍କ ପୁଅର ଚିକିତ୍ସା ପାଇଁ ଅପରାଧ କରୁଛନ୍ତି | ଗାଡି ଉଠାଇବା ପରେ ସେ ନକଲି ଡକ୍ୟୁମେଣ୍ଟ ତିଆରି ଗାଡିଗୁଡିକୁ ବିକ୍ରି କରନ୍ତି |

ବେଙ୍ଗାଲୁରୁ ସହର ଏବଂ କେରଳର ବିଭିନ୍ନ ସ୍ଥାନରେ ଗାଡି ଉଠାଇବାରେ ନାଜିର ସମ୍ପୃକ୍ତ ଥିବା ପୋଲିସ କହିଛି। ତଦନ୍ତ ଚାଲିଛି।

Also Read  ବିଷଧର ସାପକୁ ଦେଉଥିଲେ ଚୁମା, ନାଗ ଚୋଟରେ ମାତାଲ ଯୁବକ ଗୁରୁତର

LEAVE A REPLY

Please enter your comment!
Please enter your name here