ପୁଣି ୫ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି

0
571
କଣ୍ଟେନମେଣ୍ଟ ଘୋଷଣା
କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବାରୁ ଓମିକ୍ରନ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଆଜି ଭୁବନେଶ୍ୱର ମହାନଗର ନିଗମରେ ପୁଣି ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି। ଏହାସହିତ ରାଜଧାନୀରେ ୧୯ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷିତ ହୋଇଛି।

ଆଜି ସକାଳେ ରାଜଧାନୀର ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଗରୁ ଦକ୍ଷିଣପୂର୍ବ ଜୋନ୍ ଅଞ୍ଚଳରେ ୫ଟି ଓ ଉତ୍ତର ଜୋନରେ ୫ଟି ଜାଗାରେ କଣ୍ଟେନମେଣ୍ଟ ଜୋନ୍ ହୋଇଛି।

ଦକ୍ଷିଣପୂର୍ବ ଜୋନର ଆଚାର୍ଯ୍ୟବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନମ୍ବର ୧୪୯୯/ଏ, ସତ୍ୟନଗର ପ୍ଲଟ୍ ନମ୍ବର ୧୨୦ବି, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଏଲ୍୩/୬୫, ବାପୁଜୀନଗର ପ୍ଲଟ୍ ନମ୍ବର ୬୦, ଟଙ୍କପାଣି ରୋଡ୍ ବିଷ୍ଣୁନଗର ପ୍ଲଟ୍ ନମ୍ବର ୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ସେହିଭଳି ଉତ୍ତର ଜୋନରେ ସୈନିକ ସ୍କୁଲ କ୍ବାର୍ଟର ନମ୍ବର କ୍ୟୁଆର-୩ଆରଏ, ଇଣ୍ଡିଆନ୍ ଅଏଲ୍ ହାଉସିଂ ସୋସାଇଟି ତୃତୀୟ ମହଲା ଏ-୩୦୪, ପାଣ୍ଡରା ପ୍ଲଟ୍ ନମ୍ବର ୪୦୪୪/୪, ଏକ୍ସଆଇଏମ୍ବି ବ୍ଲକ୍-୨ କ୍ବାର୍ଟର ନମ୍ବର ୧୨ ଓ ଶୈଳଶ୍ରୀ ବିହାର ଲେନ୍-୬ ଏଚ୍ଆଇଜି-୫୬କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ଜାଗାଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ। ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସରମାନେ ଏହି ଜାଗାକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ

Also Read  BYJD workers stage dharna at BJD office against re-shuffle in Odisha capital