ପୁଣି ଆସୁଛି ବର୍ଷା : ୧୧ ଜିଲ୍ଲାରେ ବର୍ଷିବ

0
645
IMD Predicts More Rain In Odisha From Tomorrow
IMD Predicts More Rain In Odisha From Tomorrow

ଭୁବନେଶ୍ୱର : ପୁଣି ହେବ ବର୍ଷା। ଜାନୁଆରୀ ୧୦ ତାରିଖରେ ରାଜ୍ୟର ୧୧ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୧୦ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାକ ଶୁଖିଲା ରହିବ। ତେବେ ୧୦ ତାରିଖରେ ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସହିତ କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଶୀତର ଲହର ଚାଲିଛି। ଅନେକ ସ୍ଥାନରେ କୁହୁଡ଼ି ମଧ୍ୟ ପଡ଼ୁଛି। ଆଜି ସୋନପୁର ଓ ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଥିଲା। ସୋନପୁରରେ ୫୦ ମିଟର ପରେ ଆଉ କିଛି ଦେଖାଯାଉ ନଥିଲା। ସେହିପରି ଫୁଲବାଣୀରେ ଦୃଶ୍ୟମାନ ଦୂରତା ୧୫୦ ମିଟର ରହିଥିଲା।

Also Read  Cyclonic Storm Gulab to cross North Andhra Pradesh & South Odisha Coasts with wind speed of 75-85 KMPH