ପୁରୀରେ ଫୁଟିଲା ବୋମା

0
502
ପୁରୀରେ ଫୁଟିଲା ବୋମା
ପୁରୀରେ ଫୁଟିଲା ବୋମା

ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ କାଶୀହରିପୁରର ବସନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ଫୁଟିଛି ବୋମା । ଆଜି ସକାଳେ ଏଠାରେ ବୋମା ଫୁଟିଛି। ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମା ଫୁଟିଛି। କେହି ଆକ୍ରୋଶମୂଳକ ଭାବେ ତାଙ୍କ ଘର ପଛପଟେ ବୋମାମାଡ଼ କରିଥିବା କୁହାଯାଉଛି।

ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା କହିଛନ୍ତି, ଆଜି ସକାଳ ପ୍ରାୟ ସାଢ଼େ ନଅଟା ବେଳେ ମୁଁ ଠାକୁରଙ୍କ ପୂଜା କରୁଥିବା ସମୟରେ ମୋ ବାରିପଟେ ବୋମାମାଡ଼ କରାଯାଇଥିଲା। ମୁଁ ସରପଞ୍ଚ ପ୍ରାର୍ଥୀ ହୋଇ ଥିବାରୁ କେହି ଆକ୍ରୋଶମୂଳକ ଭାବେ ଏପରି  କରି ଥାଇପାରେ। ଅନ୍ୟପକ୍ଷରେ ବୋମା ସେଠାରେ ରଖାଯାଇଥିବା ବେଳେ ବିସ୍ଫୋରଣ ଘଟିଥିଲା ନା କେହି ଆକ୍ରୋଶମୂଳକ ଭାବେ ବୋମା ଫିଙ୍ଗିଥିଲା, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟର ଗାଁ ଗାଁରେ ମାହୋଲ ବଦଳିଛି। ପୁରୀରେ ମଧ୍ୟ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି। ଏହା ସହିତ ଜିଲ୍ଲାରେ ନିର୍ବାଚନୀ ହିଂସା ମଧ୍ୟ ଧୀରେ ଧୀରେ ବଢ଼ିବା ଆରମ୍ଭ କଲାଣି। ଗତ କିଛି ଦିନ ତଳେ ଚନ୍ଦନପୁରରେ ଏକ ନିର୍ବାଚନୀ ହିଂସା ଘଟିଥିଲା। ସେହିପରି ଗୋପ ଅଞ୍ଚଳରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା।

Also Read  Odisha to witness heavy rainfall: MeT