ପୁଷ୍ପା ହେଉ କି ପୁଷ୍ପରାଜ ! ବିନା ହେଲମେଟ୍‌ ଚାଲାଣ ସମସ୍ତଙ୍କର କଟିବ

0
848
ପୁଷ୍ପା ହେଉ କି ପୁଷ୍ପରାଜ
ପୁଷ୍ପା ହେଉ କି ପୁଷ୍ପରାଜ

ଭୁବନେଶ୍ୱର : ବର୍ତ୍ତମାନ ସାଉଥ୍‌ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ପୁଷ୍ପା’କୁ ନେଇ ସବୁଠି କ୍ରେଜ୍‌। ଦେଶ ହେଉ କି ବିଦେଶ ସବୁଠି ‘ପୁଷ୍ପା’ର ବିଭିନ୍ନ ମେମ୍ସ ଦେଖିବାକୁ ମିଳୁଛି। କିଏ ‘ପୁଷ୍ପା’ ଗେଟ୍‌ଅପ୍‌ରେ ଆସୁଛି ତ ଆଉ କିଏ ଗୀତରେ ଝୁମୁଛି। କହିବାକୁ ଗଲେ ‘ପୁଷ୍ପା’କୁ ନେଇ ପାଗଳ ହୋଇଛି ସାରା ଦୁନିଆ। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଏକ ଉପଦେଶମୂଳକ ଟ୍ୱିଟ୍‌ କରିଛି।

ଏସ୍‌ଟିଏ ପକ୍ଷରୁ ହୋଇଥିବା ଟ୍ୱିଟ୍‌ରେ ବାଇକ ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି। ହେଲମେଟ୍‌ ନପିନ୍ଧିଲେ କାହାରିକୁ ଚଢ଼ାଯିବନି, ଫାଇନ୍‌ କଟାଯିବ। ହେଲମେଟ୍‌ ନପିନ୍ଧି ଆପଣ ନିଜ ଜୀବନକୁ ବିପଦରେ ପକାଉଛନ୍ତି। STA ନିଜର ଟୁଇଟକୁ ଏକ ସୁନ୍ଦର ଶଦ୍ଦଛନ୍ଦରେ ପ୍ରକାଶ କରିଛି। ଟ୍ୱିଟ୍‌ରେ ଲେଖାଯାଇଛି- “ପୁଷ୍ପା ହେଉ କି ପୁଷ୍ପରାଜ! ବିନା ହେଲମେଟ ଚାଲାଣ ସମସ୍ତଙ୍କର କଟିବ”।

ସୂଚନାରୁ ପ୍ରକାଶ, ଦ୍ରୁତ ଗାଡ଼ି ଚଳାନ୍ତୁ ନାହିଁ, ଗାଡ଼ ଚଳାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧନ୍ତୁ। ପରିବହନ ବିଭାଗ ଏପରି ସଚେତନାତ୍ମକ ବାର୍ତ୍ତା ନିୟମିତ ଦେଇ ଆସୁଛି। ହେଲେ ବେପରୁଆମାନେ ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି। ସବୁ ନିୟମକୁ ଜଳାଞ୍ଜଳୀ ଦେଇ ଦ୍ରୁତ ଗତିରେ ଗାଡ଼ ଚଳାଉଛନ୍ତି। ଆଉ ଗାଡ଼ି ଚଲାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧୁ ନାହାନ୍ତି। ଯେଉଁଥିପାଇଁ ଦୁର୍ଘଟଣାର ଶିକାର ହୋଇ ନିଜେ ମୃତ୍ୟୁ ମୁଖରେ ପଡ଼ିବା ସହିତ ଅନ୍ୟକୁ ସାଥୀରେ ନେଇଯାଉଛନ୍ତି।  ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ରେ।

Also Read  CM to Hold Grievance Hearing in Sambalpur on April 21