ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଫସିଲେ କପିଲ ଶର୍ମା

0
805

ନୂଆଦିଲ୍ଲୀ : କମେଡିଆନ୍ କପିଲ ଶର୍ମାଙ୍କ ସହ ଆଜିକାଲି କିଛି ଭଲ ହେଉ ନାହିଁ। ନିକଟରେ ଅଭିନେତାଙ୍କ ଉପରେ ଫିଲ୍ମ ‘କାଶ୍ମୀର ଫାଇଲ’ର ପ୍ରମୋଶନ ନକରିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସେ ଏକ ଟ୍ୱିଟ୍‌କୁ ନେଇ ଟ୍ରୋଲର୍ସଙ୍କ ଟାର୍ଗେଟ୍‌ରେ ଆସିଛନ୍ତି। ଏହି ଟ୍ୱିଟ୍ କପିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କରିଥିଲେ, କିନ୍ତୁ ଏହା ତାଙ୍କୁ ମହଙ୍ଗା ପଡିଲା। ଖବର ଅନୁଯାୟୀ, କପିଲ ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱର ୨୯ ଟି ମୂର୍ତ୍ତି ଅଷ୍ଟ୍ରେଲିଆରୁ ଭାରତକୁ ଫେରାଇ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ- “ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆରୁ ଭାରତର ଅମୂଲ୍ୟ ଧନକୁ ଦେଶକୁ ଫେରାଇ ଆଣିଥିବାରୁ ଧନ୍ୟବାଦ।

ଜୟ ଭାରତ। ହର ହର ମହାଦେବ।” ଏହି ଟ୍ୱିଟ୍ ପରେ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି। ଜଣେ ୟୁଜର୍ ଲେଖିଛନ୍ତି- “ଆଜା ଭାଇ ତୁ ଭି ଆଜା, ଇଏ ସେହି ବ୍ୟକ୍ତି ଯିଏ # କାଶ୍ମୀର ଫାଇଲର ପ୍ରମୋସନ୍ କରିବାକୁ ମନା କରିଦେଇଥିଲେ, ଏବେ ନାଟକ କରୁଛନ୍ତି। ସବୁକିଛି ମନେ ରହିବ, ଏବେ ଆମେ ହିଁ ଦେଖିବୁ।” ଆଉ କିଛି ଲୋକ ଏହି ଟ୍ୱିଟ୍ ଲେଖିବା ପାଇଁ କେତେ ଟଙ୍କା ନେଇଛନ୍ତି ବୋଲି ଲେଖିଛନ୍ତି।

Also Read  ଏବେ ହାଇଟେକ୍ ହେବ ଦିଲ୍ଲୀ ପୁଲିସ: ୟୁନିଫର୍ମରେ ଲାଗିଥିବା କ୍ୟାମେରାରେ ରେକର୍ଡ ହେବ ସବୁ ଗତିବିଧି