ଫିଲିପ୍ପିନ୍‌ସ୍‌ରେ ସୁପର୍‌ ଟାଇଫୁନ୍‌ ‘ରାଇ’ଜନିତ ପ୍ରଳୟ : ୭୫ ମୃତ, ଉଦ୍ଧାର କାର୍ଯ୍ୟ ଜାରି

0
790
ଫିଲିପ୍ପିନ୍‌ସ୍‌ରେ ସୁପର୍‌ ଟାଇଫୁନ୍‌ ‘ରାଇ’ଜନିତ ପ୍ରଳ
ଫିଲିପ୍ପିନ୍‌ସ୍‌ରେ ସୁପର୍‌ ଟାଇଫୁନ୍‌ ‘ରାଇ’ଜନିତ ପ୍ରଳ

ମାନିଲା: ଚଳିତ ବର୍ଷ ଫିଲିପ୍ପିନ୍ସ୍‌ ଉପରେ ପ୍ରବାହିତ ସବୁଠୁ ଶକ୍ତିଶାଳୀ ବାତ୍ୟା (ସୁପର୍‌ ଟାଇଫୁନ୍‌) ‘ରାଇ’ ଯୋଗୁଁ ଅନ୍ୟୂନ ୭୫ଜଣଙ୍କର ମୃତ୍ୟୁ ଘଟିଥିବା କଥା ଆଜି ସରକାରୀ ହିସାବରୁ ଜଣାପଡ଼ିଛି। ସେମାନେ ଏବେ ବିଧ୍ବସ୍ତ ଦ୍ବୀପ ‘ଫିଲିପ୍ପିନ୍‌ସ୍‌’ରେ ଏବେ ପାଣି ଓ ଖାଦ୍ୟ ଯୋଗାଣ ଉଦ୍ୟମ ଚଳାଇଛନ୍ତି।

ସୁପର୍‌ ଟାଇଫୁନ୍‌ ‘ରାଇ’ ଫିଲିପ୍ପିନ୍‌ସ୍‌ ଦ୍ବୀପପୁଞ୍ଜର ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳକୁ ଛାରଖାର କରି ପକାଇବାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଜନତା ଘରଦ୍ବାର ଏବଂ ‘ବିଚ୍‌ଫ୍ରଣ୍ଟ ରିସର୍ଟ’ ଛାଡ଼ି ପଳାଇଛନ୍ତି।

ତୋଫାନ ଯୋଗୁଁ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଘରର ଛାତ ଉଡ଼ିଯାଇଛି, କଂକ୍ରିଟ୍‌ ବିଜୁଳି ଖମ୍ବ ଧରାଶାୟୀ ହୋଇଛି ଏବଂ ଗାଁଗଣ୍ଡାକୁ ବଢ଼ିପାଣି ପଶିଯାଇଛି। ଏହି ପ୍ରକାଣ୍ଡ ଦ୍ବୀପପୁଞ୍ଜର ସବୁଠୁ ପ୍ରଭାବିତ ଅଞ୍ଚଳରେ ତଲାସ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ନିମନ୍ତେ ବହୁସଂଖ୍ୟକ ସାମରିକ, ପୁଲିସ, ତଟରକ୍ଷୀ ଏବଂ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ବାଟଘାଟ ଅବରୋଧ କରିଥିବା ଉପୁଡ଼ା ବିଜୁଳି ଖମ୍ବ ଏବଂ ଗଛବୃଛ ହଟାଇବା ପାଇଁ ‘ବ୍ୟାକ୍‌ହୋଜ୍‌’ ଏବଂ ‘ଫ୍ରଣ୍ଟ୍‌-ଏଣ୍ଡ୍‌ ଲୋଡର୍ସ’ ଭଳି ଭାରୀ ଯନ୍ତ୍ର ସବୁ ପଠାଯାଉଛି। ଅନୁଦାନ ପାଇଁ ଦାତବ୍ୟ ସଂସ୍ଥାନ ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ ବିଶ୍ବର ସବୁ ରାଷ୍ଟ୍ର ଠାରୁ ଫିଲିପ୍ପିନ୍‌ସ୍‌ ଉପରେ ସବୁଠୁ ଅଧିକ ପଡୁଛି। ପ୍ରତିବର୍ଷ ଏଠାରେ ହାରାହାରି ୨୦ ଝଡ଼ ତୋଫାନ ସଙ୍ଘଠିତ ହେଉଛି।

Also Read  ବୁଲ୍ଲି ବାଈ ଆପ୍ ମାମଲା : ଓଡ଼ିଶାରୁ ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ