ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ୪ଜଣ ଆଡ୍‌ଭୋକେଟ୍‌ଙ୍କୁ ପଦୋନ୍ନତି ଦେଲେ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌

0
876

ନୂଆଦିଲ୍ଲୀ:  ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ୪ଜଣ ଆଡ୍‌ଭୋକେଟ୍‌ଙ୍କୁ ଉନ୍ନୀତ କରାଯିବା ପ୍ରସ୍ତାବକୁ ସୁପ୍ରିମ୍‌ କ‌ୋର୍ଟ କଲିଜିୟମ୍‌ ଅନୁମୋଦନ କରିଛନ୍ତି।

ଏ ସଂକ୍ରାନ୍ତରେ ଜାରି ବିବୃତିରୁ ଜଣାପଡ଼ିଛି ଯେ, ଜାନୁଆରି ୨୯ ତାରିଖ ଦିନ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ କଲିଜିୟମ୍‌ ଆଡ୍‌ଭୋକେଟ୍‌ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଏବଂ ଶ୍ରୀରମନ୍‌ ମୁରାହରି ଓରଫ୍ ଏମ୍.ଏସ୍. ରମନ୍‌ଙ୍କ ନାମ ଅନୁମ‌ୋଦନ କରିଛନ୍ତି।

ଏହି ନିଯୁକ୍ତି ପ୍ରସ୍ତାବ କାର୍ଯ୍ୟକାରୀ ହେବାପରେ ଓଡ଼ିଶା ହାଇକୋର୍ଟର ସମୁଦାୟ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟବିଚାରପତିଙ୍କୁ ମିଶାଇ ୧୮ ଜଣ ବିଚାରପତି ରହିଛନ୍ତି। ନୂତନ ୪ ଜଣଙ୍କ ଯୋଗଦାନ ପରେ ଏହି ସଂଖ୍ୟା ୨୨ ହେବ।

Also Read  ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ: ବଦଳିଲେ କଟକ, ଭୁବନେଶ୍ୱର ଡିସିପି