ଫେବୃଆରୀ ୧୪ ନୁହେଁ : ୨୦ରେ ହେବ ପଞ୍ଜାବ ନିର୍ବାଚନ

0
838
୨୦ରେ ହେବ ପଞ୍ଜାବ ନିର୍ବାଚନ
୨୦ରେ ହେବ ପଞ୍ଜାବ ନିର୍ବାଚନ

ନଆଦିଲ୍ଲୀ: ଫେବୃଆରୀ ୧୪ ପରିବର୍ତ୍ତେ ଫେବୃଆରୀ ୨୦ରେ ହେବ ବିଧାନସଭା ନିର୍ବାଚନ  । ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ  ।   ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ପଞ୍ଜାବ ସରକାର କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଅଧିକାଂଶ ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ କମିଶନଙ୍କ ବୈଠକ ବସିଥିଲା । ଶେଷରେ ନିର୍ବାଚନ ତାରିଖକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ  ।ଗୁରୁ ରବିଦାସ ଜୟନ୍ତୀ ଅବସରରେ ନିର୍ବାଚନ ତାରିଖକୁ ଅତି କମରେ ୬ ଦିନ ଘୁଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ ।

ପଞ୍ଜାବର ୧୧୭ଟି ଆସନ ଲାଗି ଫେବ୍ରୁଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ତଫସିଲଭୁକ୍ତ ଜାତି ବର୍ଗର ଲୋକ । ସେମାନେ ଫେବ୍ରୁଆରୀ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଗୁରୁ ରବିଦାସଙ୍କ ଜୟନ୍ତୀ ଲାଗି ଉତ୍ତରପ୍ରଦେଶ ବନାରସକୁ ଯାଇଥାନ୍ତି । ତେଣୁ ୧୪ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ ।

ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ । ପଞ୍ଜାବ ଆମ ଆଦମି ପାର୍ଟି ନେତା ଭଗବନ୍ତ ମନ୍ ମଧ୍ୟ ନିର୍ବାଚନ ଘୁଞ୍ଚାଇବା ଲାଗି କମିଶନଙ୍କ ନିକଟରେ ଅନୁରୋଧ କରିଥିଲେ । ଚିଠି ପାଇବା ପରେ ନିର୍ବାଚନ ଆୟୋଗ ଅଭିଯୋଗକୁ ବିଚାର ବିମର୍ଶ କରିଥିଲେ  । ୧୪ ନୁହେଁ ଫେବୃଆରୀ ୨୦ରେ ହିଁ ବିଧାନସଭା ନିର୍ବାଚନ ହେବା ଲାଗି ଘୋଷଣା କରିଛନ୍ତି  ।

Also Read  ନିଜ କଥା ରଖିଲା ଆପ୍‌: ପଞ୍ଜାବବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେବ ସରକାର

LEAVE A REPLY

Please enter your comment!
Please enter your name here