ଦ୍ୱିତୀୟ ଦିନରେ ବି ଗୃହ ଅଚଳ : ଭିତରେ ବିରୋଧୀଙ୍କ ହଟ୍ଟଗୋଳ, ବାହାରେ ଗାନ୍ଧିମୂର୍ତ୍ତୀ ତଳେ ବିଜେଡିର ଧାରଣା

0
172
Opposition Stages Walkout During Guv's Address In Odisha Assembly
Opposition Stages Walkout During Guv's Address In Odisha Assembly
  • ଅପରାହ୍ଶ ୪ଟା ଯାଏଁ ଗୃହକୁ ମୁଲତବୀ

  • ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର: ଦ୍ବିତୀୟ ଦିନରେ ବି ବିଧାନସଭା ଆରମ୍ଭରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ସଦସ୍ୟ । ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ବିଧାନସଭାର ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଝଡ଼ ବହିଲା। ଗୃହ ବାହାରେ ଓ ଭିତରେ ଏହାର ପ୍ରଭାବ ଦେଖିବାକୁ ମିଳିଲା। ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ଶ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ସ୍ୱାଭାବିକ ହୋଇପାରୁନି ଗୃହ କାର୍ଯ୍ୟ। ଗୃହ ଭିତରେ ବିରୋଧୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗକୁ ଚାଲିଯାଇଥିଲେ। ଆଜି ପୁଣି ଗୃହ ବାହାରେ କେନ୍ଦ୍ର ଅବହେଳାର ନାରା ଦେଇଛି ବିଜେଡି। ବିଜେଡି ବିଧାୟକମାନେ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ର ସରକାର ଦାୟୀ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରୁଛନ୍ତି। ସେପଟେ ବିଜେଡି କହିଛି ସ୍ୱାଭାବିକ ହେଉ ଗୃହ। ବିରୋଧୀ ବିଧାନସଭାକୁ ଚଳାଇ ଦେଉନାହାନ୍ତି। ଆମେ ଚାହୁଁଛୁ ସ୍ୱାଭାବିକ ହେଉ ଗୃହ।

ସେପଟେ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି କରୁଛି ଆନ୍ଦୋଳନ । ରାଜରାସ୍ତାରୁ ରାଜଭବନ ପହଞ୍ଚିଛି ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡି ଦେଇଛି ଧାରଣା । ଏଥିରେ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ସାମିଲ ହୋଇଛନ୍ତି । ପୂର୍ବରୁ ତିନି ଦିନ ଧରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସହ ବିଭିନ୍ନ ବ୍ଲକରେ ଆନ୍ଦୋଳନ କରିଥିଲା ଦଳ । ୩୦ ତାରିଖ ସୁଦ୍ଧା ଦରବୃଦ୍ଧି କମାଇବାକୁ କେନ୍ଦ୍ରକୁ ସତର୍କବାଣୀ ଶୁଣାଇଥିଲା ଦଳ । କେନ୍ଦ୍ର ସରକାର ଦରଦାମ କମାଇବା ନେଇ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକୁ ଜୋରଦାର କରିଛି ଦଳ ।

କେବଳ ପେଟ୍ରୋଲ, ଡିଜେଲ କି ଗ୍ୟାସ୍ ଦର ବୃଦ୍ଧି ଘଟୁନାହିଁ । ଏହାର ପ୍ରଭାରରେ ସମସ୍ତ ପ୍ରକାର ପଦାର୍ଥ ଓ ଖାଦ୍ୟପେୟର ଦାମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲଠାରୁ ଆରମ୍ଭ କରି ଅଟା, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଛି । ପରିବା ବଜାରରେ ଯେମିତି ନିଆଁ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ ଟଙ୍କା ହଜାରେ ନେଇ ଗଲେ ବି ପରିବା ବ୍ୟାଗ୍ ପୂରଣ ହେଉନାହିଁ । ଘରକରଣା ସାମଗ୍ରୀ କଥା ତ ନକହିବା ପର । ଏହା କେବଳ ଓଡ଼ିଶା କଥା ନୁହେଁ । ପୂରା ଦେଶରେ ଦରଦାମ ବୃଦ୍ଧିକୁ ନେଇ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ । ଗରିବ ଖଟିଖିଆଙ୍କ ହାଣ୍ଡିଶାଳରୁ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀ ଯେମିତି ଉଭାନ ହୋଇଗଲାଣି ।

 

Also Read  Girl burnt alive by lover in Ganjam

LEAVE A REPLY

Please enter your comment!
Please enter your name here