ଫ୍ରେବ୍ରୁଆରି ଶେଷ ସୁଦ୍ଧା ତୃତୀୟ ଲହର ସରିଯିବ

0
641
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଆମେ ପିକ କ୍ରସ କରିଯାଇଛୁ। ପାଞ୍ଚ ଛଅ ଦିନ ପୂର୍ବରୁ ପିକ୍ ଅତିକ୍ରମ କରିଗଲା ଭଳି ଲାଗୁଛି। ରାଜ୍ୟରେ ଯେଉଁଭଳି ଦୈନିକ ସଂକ୍ରମଣ କମୁଛି, ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ଆଗକୁ ଯଦି କିଛି ବଢିବ ମାଇନର ସ୍ପାଇକ ହୋଇପାରେ। ବର୍ତ୍ତମାନ ଟ୍ରେଣ୍ଡ ନିମ୍ନଗାମୀ ରହିଲା ଏବଂ ଏହା ଏହିଭଳି ଚାଲିବ, ଆଗାମୀ ସପ୍ତାହ ସୁଦ୍ଧା କେସ ଲୋଡ ବହୁତ କମି ଯାଇଥିବ। ଫ୍ରେବ୍ରୁଆରି ପନ୍ଦର ସୁଦ୍ଧା ତୃତୀୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ୟୁ କେ ସରକାର ଓମିକ୍ରନ ବିଏ -୨ କୁ ଭେରିଆଣ୍ଟ ଅଫ ଇଂଟରେଷ୍ଟ ଘୋଷଣା କରିଛି। ଡେ଼ନ୍ମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଏହି ସବ-ଭେରିଆଣ୍ଟ ଭାରତରେ ମଧ୍ୟ ଦେଖାଦେଇଛି। କୌଣସି ଲୋକକୁ ଯଦି ଓମିକ୍ରନ ବିଏ -୧ ହୋଇଥାଏ ତାକୁ ବିଏ -୨ ମଧ୍ୟ ହୋଇପାରେ। କିଛି ବିଶେଷଜ୍ଞ ମତରେ ବିଏ-୨ଲାଗି ଦ୍ଵିତୀୟ ସ୍ପାଇକ ଆସିପାରେ କିନ୍ତୁ ଭାରତରେ ଏହା ପୂର୍ବରୁ ଅଛି, ତେଣୁ ଦେଶରେ ସେଭଳି କୌଣସି ପ୍ରଭାବ ପଡି ନ ପାରେ। ଏହା ଏତେ ସାଙ୍ଘାତିକ ନୁହେଁ, ମୃତ୍ୟୁ ମଧ୍ୟ ହେଉ ନାହିଁ କେବଳ ପୁଣି ଥରେ ସଂକ୍ରମଣ କରାଇବ।

Also Read  Puri & Bhubaneswar experience all-time high rainfall