ବଡ଼ ଖବର: ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା, ଏକ୍ସପ୍ରେସ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ

0
350

ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ମାଟୁଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଟୁଙ୍ଗା ଓ ଦାଦର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ରାତି ପ୍ରାୟ ୯ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ୟ୍ୟ କରୁଛନ୍ତି ବୋଲି ଜିଆରପି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ମୁମ୍ବାଇ ଜିଆରପିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ୧୫୧୨ ନମ୍ବରରେ ଯୋଗାଯୋଗ କରିବାକୁ ଜିଆରପି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଦୁର୍ଘଟଣା ପରେ ସେଣ୍ଟ୍ରାଲ ରେଲଓ୍ୱେ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପୁଲିସ କହିଛି, ମାଟୁଙ୍ଗା ନିକଟରେ ଚାଲୁକ୍ୟ ଏକ୍ସପ୍ରେସ୍ ଏବଂ ମୁମ୍ବାଇ ସିଏସଏମଟି ଗଦାଗ ଏକ୍ସପ୍ରେସ୍ ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ଜିଆରପିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏହାଦ୍ୱାରା ଅନ୍ୟ ରୁଟରେ ଆସୁଥିବା ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିନଥିଲା ନିୟମିତ ଭାବେ ଟ୍ରେନ ଯାଆସ କରୁଥିଲେ। ଦାଦର-ପୁଡୁଚେରୀ ଏକ୍ସପ୍ରେସର ତିନିଟି ବଗି ଲାଇନଚ୍ୟୁତ ହେବା ପରେ ସେଣ୍ଟ୍ରାଲ ରେଲଓ୍ୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

Also Read  ଚନ୍ଦ୍ରଭାଗାରେ ମାଘମେଳା ବୁଡ଼ ବନ୍ଦ : ଆଜି ଅପରାହ୍ଣ ୪ରୁ କଟକଣା, ନୀତିକାନ୍ତିକୁ ଅନୁମତି