-
ସର୍ବଦଳୀୟ ବୈଠକ ବି ଅସଫଳ
-
ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସଦସ୍ୟଙ୍କ ଚିଠି
-
ବିଜେଡିର ପାଇକ ବିଦ୍ରୋହ ପ୍ରସଙ୍ଗ
ଭୁବନେଶ୍ୱର (ସବ୍ୟୁ): ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁୂହିଁ । ବିରୋଧୀଙ୍କ ମମିତା ମୃତ୍ୟୁ ପ୍ରସଙ୍ଗ ବନାମ ଶାସକ ଦଳର ପାଇକ ବିଦ୍ରୋହ । ପ୍ରଶ୍ନକାଳ ଅ ।ରମ୍ଭରୁ ଗୃହରେ ବିଜେଡି,ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଡ଼ିଯାଇ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ । ସମାନ ପ୍ରସଙ୍ଗରେ ବିଜେପି ସଭ୍ୟମାନେ ବି ଫ୍ଲା-କାର୍ଡ଼ ଧରି ଗୃହ ମଧ୍ୟଭାଗରେ ହୋହାଲ୍ଲା କରିଥିଲେ । ସେପଟେ ନିଜ ସିଟରେ ଛିଡ଼ା ହୋଇ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଛନ୍ତି ବିଜେଡି ସଦସ୍ୟ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ମାନ୍ୟତା ମିଳୁ ବୋଲି ଦାବି କରିଥିଲା ଶାସକ ଦଳ । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହେବାରୁ ଶେଷରେ ସର୍ବଦଳୀୟ ବୈଠକ ଡାକିଥିଲେ । ତେବେ ଗୃହ ୪ଥର ମୁଲତବୀ ହେବା ପେର ବି ସର୍ବଦଳୀୟ ବୈଠକରୁ କିଛି ନିଷ୍କର୍ଷ ବାହାରିନଥିଲା ।
ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଛନ୍ତି ବିଜେଡି ସଦସ୍ୟ
ଶୀତ ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଅ ।ସି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାହିଷ୍କାର ଦାବିରେ ହଙ୍ଗାମା କରିଥିଲେ । ସେହିପରି କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଏବଂ ପଛପଟୁ ଆସି ପ୍ଲାକାର୍ଡ ଧରି ନାରାବାଜି ଦେଇିଥିଲେ । ଗୋଟିଏ ଦାବି ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଅଡ଼ିବସିଥିଲେ । ଅନ୍ୟପକ୍ଷରେ ଅ ।ଜି ଶାସକ ବିଜେଡି ସଦସ୍ୟମାନେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ । ଦେଶର ସ୍ୱାଧୀନତା ପାଇଁ ବିଦ୍ରୋହର ପ୍ରଥମ ସ୍ୱର ୧୮୧୭ । ତେଣୁ ପାଇକ ବିଦ୍ରୋହକୁ ପ୍ରଥମ ବିଦ୍ରୋହର ମାନ୍ୟତା ଦେବାକୁ ପ୍ଲା-କାର୍ଡ ଧରି ସ୍ଲୋଗାନ ଦେଇଥିଲେ । ଗୃହ ସ୍ୱାଭାବିକ ନହେବାରୁ ବାଚସ୍ପତି ଡଃ. ପାତ୍ର ପୂର୍ବାହ୍ନ ୧୦.୩୩ରୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଥିଲେ ।
ଅପରାହ୍ଣ ୪ଟାରେ ଗୃହ କାର୍ଯ୍ୟ ଚାଲିବା କ୍ଷଣି ବିରୋଧୀ ବିଜେପି ଓ କଂଗ୍ରେସ ପୁନର୍ବାର ହଟ୍ଟଗୋଳ କରିଥିଲେ । ଗୃହକୁ ସୁପରିଚାଳନା ଲାଗି ୩୦ ମିନିଟ ମୁଲତବୀ ରଖି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ଅ ।ଲୋଚନା ପାଇଁ ଅ ।ହୁରି ୩୦ ମିନିଟ ଏବଂ ୧୫ ମିନିଟ ଯାଏ ଅର୍ଥାତ ୫.୧୫ ମିନିଟ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ସନ୍ଧ୍ୟା ୫.୧୫ରେ ବାଚସ୍ପତି ଅ ।ସି ସର୍ବଦଳୀୟ ବୈଠକରୁ ବାଟ ବାହାରୁଛି ବୋଲି କହିଥିଲେ । ହେଲେ କାଗଜ ଓ ରିପୋର୍ଟ ଉପସ୍ଥାପନ ବେଳେ ପୁଣି ବିରୋଧୀ ଗୃହ ମଧ୍ୟଭାଗକୁ ଅ ।ସି ପାଟିତୁଣ୍ଡ କରିଥିଲେ । ସର୍ବଦଳୀୟ ବୈଠକରୁ କିଛି ନିଷ୍କର୍ଷ ବାହାରିପାରିନଥିଲା ।
ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଦେଇଛନ୍ତି
ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ସମୂହ ଚିଠି ଲେଖିଥିଲେ ବିଜେପି ବିଧାୟକ । ଗୃହ ଲଗାତର ଅଚଳ ହେଉଥିବାରୁ ଗୃହକୁ ଅ ।ସି ସ୍ୱାଭାବିକ କରିବାକୁ ଚିଠରେ ଉଲ୍ଲେଖ ରହିଛି । ବିଜେପି ବିଧାୟକମାନେ ଫ୍ଲାକାର୍ଡ଼, ବ୍ୟାନର ଓ ଚିଠି ଧରି ବିଧାନସଭାରୁ ମୁଖ୍ୟ ଡାକ ଘର(ପିଏମ୍ଜି) ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଦେଇଛନ୍ତି । ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ବ ର୍ମାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ଚୁପଚାପ ଅଛନ୍ତି । ଗୃହ କାର୍ଯ୍ୟ ଚଳାଇବାକୁ ବିଜେପି ବିଧାୟକ ଦଳ ପକ୍ଷରୁ ଚିଠି ଦିଅ ।ଯାଇଛି । ଅ ।ଶା କରୁଛୁ ମୁଖ୍ୟମନ୍ତ୍ରୀ ଚିଠିର ଉ ର ଦେବେ । ବିରୋଧୀଙ୍କ ଚାପରେ ମୁଖ୍ୟମନ୍ତ୍ରୀ ବିବୃତି ଦେବା ଅ ।ରମ୍ଭ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ଦୋମୁହାଁ ନୀତି ଅ ।ମ୍ବଲମ୍ବନ କରିଛନ୍ତି । ଅଞ୍ଜନା ଗଣ ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ନୀତି ଓ ନୈତିକତା କଥା କହିଥିଲେ । ସେତେବେଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । କିନ୍ତୁ ଏବେ ମମିତାଙ୍କ ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ପଛଘୁ । ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମାଝି ।
ସେହିପରି ଗୃହ ଅଚଳ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୃହକୁ ଅ ।ସି ହସ୍ତକ୍ଷେପ କରନ୍ତୁ । ଗୃହ ଚାଲିବ ପାଇଁ ଅ ।ଜି ସୁଦ୍ଧା ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇନାହାନ୍ତି । ବାଚସ୍ପତି ଶାସକ ଦଳର ହାତ ବାରିସୀ ସାଜିଛନ୍ତି । ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । କଂଗ୍ରେସ ସବୁବେଳେ ଗଠନମୂଳକ ଚିନ୍ତା ଧାରାରେ ବିଶ୍ୱାସ କରେ । ଗୃହ ଚଳାଇବା ପାଇଁ ସବୁବେଳେ ଉଦ୍ୟମ କରାଯାଉଛି । ତେବେ ଅ ।ଜି ବଜେଡି ପକ୍ଷରୁ ଗୃହକୁ ଯେଉଁଭଳି ଭାବେ ମୁଖା ପିନ୍ଧି ଅଭିନବ ଢଙ୍ଗରେ ବନ୍ଦ କରାଗଲା । ଏହା ଏକ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି ।