ବର୍ଷ ଆରମ୍ଭରୁ ରାଜଧାନୀରେ ୨ଟି ହତ୍ୟାକାଣ୍ଡ

0
582
Marriage Procession Turns Violent: 2 Injured In Odisha's Bolangir
Marriage Procession Turns Violent: 2 Injured In Odisha's Bolangir

ଭୁବନେଶ୍ୱର : ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଯାଇଛି ୨ଟି ହତ୍ୟାକାଣ୍ଡ। ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ରାଜଧାନୀର ଛାତି ଉପରେ ଲାଗିଛି ରକ୍ତର ଛିଟା ।

ନୂଆବର୍ଷରେ ହତ୍ୟାକାଣ୍ଡରୁ ଖୋଲିଛି ଭୁବନେଶ୍ବରରେ ଅପରାଧ ଡାଏରୀ । ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ନିର୍ମମ ହତ୍ୟାକାଣ୍ଡ । କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ହେଲେ ଦିପୁ ରାଉତ । ଏୟାରଫିଲ୍ଡ ଥାନା ପୋଲିସର ତଦନ୍ତ ଜାରି ରହିଛି । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରପଦା ନୂଆସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ସକାଳୁ ମଞ୍ଚେଶ୍ଵର ଥାନା କେନାଲ ରୋଡ ଅଞ୍ଚଳର କେନାଲ ଭିତରୁ ମିଳିଛି ଆଉ ଏକ ମୃତଦେହ। ଏହି ୨ ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ସୁରାକ ପାଇପାରିନି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ହତ୍ୟାକାରୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବିରେ ସ୍ଥାନୀୟ ଲୋକେ ସୁନ୍ଦରପଦାରେ ରାସ୍ତାରୋକ କରିଛନ୍ତି । ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରପଦା ଓ ମାଳିଆ କପିଳେଶ୍ୱର ୪ଟି ଗ୍ରୁପ ନୂଆସାହି ପୋଖରୀ ତୁଠରେ ଭୋଜି କରୁଥିଲେ । କୌଣସି କଥାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା। ଏହାପରେ ପୁଣି କପିଳେଶ୍ୱର ଗାଁର କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ ଏହି ସମୟରେ ସେହି ସ୍ଥାନର ଏକ ଘରେ ଶୋଇଥିବା ଦିପୁ କଣ ହୋଇଛି ଦେଖିବାକୁ ଆସିଥିବା ବେଳେ ତାଙ୍କୁ ତିନିଜଣ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଅପରପକ୍ଷେ, ମଞ୍ଚେଶ୍ବର ଚକେଇଶିଆଣି ଗାଙ୍ଗୁଆ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିଚୟ ମିଳିପାରିନି । ଗତକାଲି ବିଲମ୍ବିତ ରାତିରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କଲା ପୋଲିସ । ନାଳ ଭିତରେ ସ୍କୁଟି ମଧ୍ୟ ପଡିଥିଲା । ମଞ୍ଚେଶ୍ବର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରିହଛି ।

 

Also Read  କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୁଲିସ