ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ର ଧମକ !

0
255
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ର ଧମକ !
ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ର ଧମକ !

ମାର୍ଚ୍ଚ ୧୫
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣି ଠାରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେଇଛି I ବର୍ତ୍ତମାନ ପଞ୍ଜାବର ବାଥୀଣ୍ଡା ଜେଲରେ ରହୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଧମକ ଦେଇ କହିଛି ଯେ’ ବଲିଉଡ ଅଭିନେତା ସଲମାନ ଖାନ ଚିଙ୍କାରା ଶିକାର ଏପିସୋଡରେ ଯଦି କ୍ଷମା ନ ମାଗନ୍ତି, ତେବେ ତାଙ୍କର ଗର୍ବ ଭାଙ୍ଗି ଦିଆଯିବ ।

ବିଷ୍ଣୋଇ କହିଛନ୍ତି: “ସଲମାନ ଆମ ସମାଜକୁ କ୍ଷତି ପହଞ୍ଚାଇଛନ୍ତି। ଯଦି ସେ ବିକାନେରର ନୋଖା ଧାମକୁ ଆସି କ୍ଷମା ନ ମାଗନ୍ତି ତେବେ ତାଙ୍କ ଗର୍ବ ଭାଙ୍ଗି ଦିଆଯିବ I ‘ ବିଷ୍ଣୋଇ ସମ୍ପ୍ରଦାୟ ଚିଙ୍କାରାର ରକ୍ଷକ ଭାବରେ ବେଶ ଜଣାଶୁଣା | ବଲିଉଡ ଅଭିନେତା ସଲମାନ ଖାନ , ‘ହମ ସାଥ ସାଥ ହେଁ ‘ ଫିଲ୍ମର ସୁଟିଂ ସମୟରେ ଚିଙ୍କାରା ଶିକାର କରିଥିଲେ, ଯେଉଁଥିପାଇଁ ବିଷ୍ଣୋଇ ସମ୍ପ୍ରଦାୟ କ୍ଷୁବ୍ଧ ହେଇଥିଲେ I

ଏହି ସମୟରେ, ଲରେନ୍ସ ବିଷ୍ଣୋଇଙ୍କ ସାକ୍ଷାତକାର ଭିଡିଓ କିପରି ସୁଟିଂ କରାଯାଇଥିଲା ସେନେଇ ଜେଲ କର୍ତୃପକ୍ଷ ଆଶ୍ଚର୍ଯ୍ୟ ହେଇଛନ୍ତି I ଏହି ସାକ୍ଷାତକାରରେ ଗ୍ୟାଙ୍ଗଷ୍ଟର ଦାବି କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରିଛନ୍ତି।

ବାଥୀଣ୍ଡାର ଜେଲ ଅଧିକାରୀମାନେ କହିଛନ୍ତି ଯେ’ ବିଷ୍ଣୋଇ ରହୁଥିବା କୋଠରୀରେ ଜାମର ଲଗାଯାଇଛି I ସେ କୌଣସି ଯୋଗାଯୋଗ କରିବା ସମ୍ଭବ ନୁହେଁ I ପ୍ରାୟ ଏକ ବର୍ଷ ପୂର୍ବେ ଏହି ଗ୍ୟାଙ୍ଗଷ୍ଟର ଜୟପୁର ସେଣ୍ଟ୍ରାଲ ଜେଲରେ ୬ ଦିନ ରହିଥିଲା। ଜୟପୁର ପୋଲିସ କମିଶନର ଆନନ୍ଦ ଶ୍ରୀବାସ୍ତବ କହିଛନ୍ତି ଯେ ବିଷ୍ଣୋଇ ସେଠାରେ କାହାକୁ ଭେଟି ନାହିଁ କିମ୍ବା ସେଠାରେ ସେ କାହାକୁ ସାକ୍ଷାତକାର ଦେଇ ନାହିଁ ।

ଜେଲ ବିଭାଗ ଅନୁଯାୟୀ, ଯେତେବେଳେ ବିଷ୍ଣୋଇକୁ କୋଠରୀକୁ ଅଣାଯାଇଥିଲା, ସେତେବେଳେ ତାର ଦାଢ଼ି ନିଶ କିଛି ନ ଥିଲା ଏବଂ କେଶ ଛୋଟ ଥିଲା I ତେବେ ଏହି ଭିଡ଼ିଓଟିରେ ତାର ଦାଢ଼ି ଓ ଲମ୍ବା କେଶ ଥିବାର ଲକ୍ଷ କରାଯାଇଛି I

Also Read  ବିବାହ ପାଇଁ ଅର୍ଜୁନ ଆଶ୍ଚର୍ଯ୍ଯ

LEAVE A REPLY

Please enter your comment!
Please enter your name here