ଭୋପାଳର ଲୋକଙ୍କ ଉପରେ ବିବାଦୀୟ ଶବ୍ଦ ବ୍ୟବହାର କରି ଅଡୁଆରେ ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

0
432
police-complaint-filed-against-vivek-agnihotri

ମୁମ୍ୱାଇ: ଫିଲ୍ମ ‘କାଶ୍ମୀର ଫାଇଲ୍ସ’ କୁ ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି | କିଛି ଲୋକ ଏହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ଏହାକୁ ସମାଜରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଏକ ପ୍ରୟାସ ବୋଲି କହିଛନ୍ତି । ଏହାରି ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପାଇଁ ବଢିଛି ଅଡୁଆ। ସେ ପୁଣି ଏବେ ଆଉ ଏକ ନୂଆ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ମୁମ୍ୱାଇର ଭର୍ସୋଭା ଥାନାରେ ଅଭିଯୋଗ କରାଯାଇଛି ।ତାଙ୍କ ଉପରେ ଏକ ସାକ୍ଷାତକାରରେ ଭୋପାଳବାସୀଙ୍କ ପାଇଁ ସମଲିଙ୍ଗୀୟ ଶବ୍ଦର ପ୍ରୟୋଗ କରିବାର ଅଭିଯୋଗ ହୋଇଛି। ତାଙ୍କର ଏହି ବୟାନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ମଧ୍ୟ ନିରାଶା ବ୍ୟକ୍ତ କରିସାରିଛନ୍ତି।

ସୂଚନା ଅନୁସାରେ, ଏକ ଫିଲ୍ମ ସମାରୋହରେ ସାମିଲ ହେବାକୁ ଶୁକ୍ରବାର ଦିନ ଭୋପାଲ ଯିବା ପୂର୍ବରୁ ଅନ୍‌ଲାଇନ୍‌ ଚ୍ୟାନେଲକୁ ବିବେକ ଅଗ୍ନିହୋତ୍ରୀ ଏକ ସାକ୍ଷତାକାର ଦେଇଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସାକ୍ଷାତକାରରେ ଅଗ୍ନିହୋତ୍ରୀ କହିଛନ୍ତି,”ମୁଁ ଭୋପାଳରେ ବଡ ହୋଇଛି, କିନ୍ତୁ ମୁଁ ‘ଭୋପାଳୀ’ ନୁହେଁ, କାରଣ ଭୋପାଳୀଙ୍କ ଭିନ୍ନ ଭିନ୍ନ କୋନୋଟଶନ ରହିଛି। ଏହାର ଅର୍ଥ ମୁଁ ଆପଣଙ୍କୁ ଏକାନ୍ତରେ ବୁଝାଇବି। ଅଥବା କୌଣସି ଭୋପାଳୀଙ୍କୁ ପଚାରି ନେବ। ଯଦି କାହାକୁ ଭୋପାଳୀ ବୋଲି କୁହାଯାଏ ତେବେ ତା’ର ଅର୍ଥ ସେ ସମଲିଙ୍ଗୀ।” ଅଗ୍ନିହୋତ୍ରୀଙ୍କ ଏହି ମନ୍ତବ୍ୟକୁ ଏବେ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏଥିଲାଗି ସେ ପୁଣି ବିବାଦ ଘେରକୁ ଆସିଛନ୍ତି।

Also Read  Happy Birth Day Shah Rukh: Malaika & Ayushmann Khurrana Shared Old Photos