ଗ୍ରୀଷ୍ମ ପ୍ରବାହରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି; ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

0
464
weather-update-of-odisha

ଭୁବନେଶ୍ୱର: ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । କାରଣ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ବାକି ଜିଲ୍ଲାରେ ପାଗ ମୁଖତଃ ଶୁଖିଲା ରହିବ। ସେହିପରି ଏସକୁ ଜିଲ୍ଲାର କିଛି ସ୍ଥାନରେ ଆକାଶ ମେଘୁଆ ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ବିଶ୍ୱାସ ଆକଳନ କରିଛନ୍ତି।

Also Read  ଆଜିଠୁ ରାଜଧାନୀରେ ଗଡିବ ଇ-ବସ୍‌, ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ