ବାଇକ୍ ଚୋରି ବେଳେ ଧରାପଡିଲା ଲୁଟେରା, ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଲେ ଲୋକେ

0
644

ଉଦଳା : ଉଦଳା ଥାନା ସ୍ଥାନୀୟ କୃଷକ ବଜାର ନିକଟରେ ଏକ ବାଇକ ଚୋରି କରୁଥିବା ବେଳେ ଲୋକଙ୍କ ହାତରେ ଲୁଟେରା ଧରାପଡିଛି। ଲୁଟେରାଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଥିଲେ। କୃଷକ ବଜାର ନିକଟରେ ଜଣେ ଯୁବକ ବାଇକ ଚୋରି କରୁଥବା ବେଳେ ବାଇକର ମାଲିକ ସେଠାରେ ପହଂଚିଯାଇଥତ୍ଲେ । ସେ ବାଇକ୍ ଲୁଟ୍ ହେଉଥବା ଜାଣିପାରି ପାଟି କରିବା ପରେ ଲୋକେ ପହଞ୍ଚି ଯାଇଥିଲେ । ପରେ ଲୁଟେରାକୁ କାବୁ କରି ନିର୍ଘାତ ଛେଚିଥିଲେ। ଖବର ପାଇ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଂଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରିଛି । ଗିରଫ ଯୁବକ ଜଣକ ହେଲେ। ବାଲେଶ୍ବର ଜିଲ୍ଲା ନରହରିପୁରର ବିଜୟ କୁମାର ମହାନ୍ତି । ଏହି ଯୁବକ ଜଣକ ପୂର୍ବରୁ କୃଷକ ବଜାର ନିକଟରେ ବାଇକ୍ ଚୋରି କରୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି ।

Also Read  କ୍ୱାଡ୍ ବୈଠକରେ ଆତଙ୍କବାଦ ନିପାତ ଉପରେ ଗୁରୁତ୍ବ ଦେଲେ ଆମେରିକା ସମେତ ତିନି ଦେଶ