ବାପାର ପଞ୍ଚମ ବାହାଘର ବନ୍ଦ କଲେ ପିଲାମାନେ

0
1223
ବାପାର ପଞ୍ଚମ ବାହାଘର ବନ୍ଦ କଲେ ପିଲାମାନେ
ବାପାର ପଞ୍ଚମ ବାହାଘର ବନ୍ଦ କଲେ ପିଲାମାନେ

ସେପ୍ଟେମ୍ବର ୦୧
ପିଲାମାନେ ବାପାର ବାହାଘର କରାଇ ଦେଲେନାହିଁ I ୫୫ ବର୍ଷୀୟ ବାପା ସଫି ଅହମଦ ପଞ୍ଚମ ଥର ପାଇଁ ବିବାହ କରୁଥିଲେ I ଖବର ପାଇ ଅହମଦ ଙ୍କ ସାତଜଣ ପିଲା ଏବଂ ଅହମଦଙ୍କ ସ୍ତ୍ରୀ ମାନେ ପହଂଚିଗଲେ ବିବାହ ସ୍ଥଳରେ I ପିଲାମାନେ ବାପାଙ୍କ ବାହାଘରକୁ ବିରୋଧକରି ହଂଗାମା କଲେ I ସେମାନଙ୍କର ଅଭିଯୋଗ ଥିଲା-ବାପା ତାଙ୍କୁ ଅବହେଳା କରୁଛନ୍ତି I

ଯେତେବେଳେ ସେମାନେ ବାହାଘରକୁ ଜୋରଜବରଦସ୍ତ ବନ୍ଦ କରିବାକୁ ବସିଲେ, ସେତେବେଳେ ଝିଅ ଘରପକ୍ଷରୁ ତାଙ୍କୁ ବିରୋଧ କରାଗଲା I ଯୁକ୍ତିତର୍କ ଆରମ୍ଭ ହେଲା ଏବଂ ପରେ ଏହା ମୁଷ୍ଟିଯୁଦ୍ଧରେ ପରିଣତ ହେଲା I ଏହି ଘଟଣା ଦେଖିବା ପାଇଁ ସେଠାରେ ଖୁବ ଭିଡ ଜମିବାରେ ଲାଗିଲା I ଅନେକ ବରଯାତ୍ରୀ ଲଜ୍ଜାରେ ଘଟଣା ସ୍ଥଳରୁ ପଳାଇଲେ I
ଉତ୍ତର ପ୍ରଦେଶ ର କୋଟୱାଲି ପୋଲିସ ଷ୍ଟେସନ ଅଭିଯୁକ୍ତକୁ ଗିରଫ କରିଛନ୍ତି I

ପିଲାମାନେ କହିଛନ୍ତି ଯେ ସେମାନଙ୍କ ପିତା ସେମାନଙ୍କୁ ମାସିକ ଖର୍ଚ୍ଚ ପାଇଁ ଟଙ୍କା ଦେବା ବନ୍ଦ କରିଦେଇଥିଲେ ଏବଂ ଯେତେବେଳେ ସେମାନେ ତାଙ୍କର ପଞ୍ଚମ ବିବାହ ବିଷୟରେ ଜାଣିଲେ, ସେମାନେ ପଦକ୍ଷେପ ନେବାକୁ ସ୍ଥିର କଲେ।

Also Read  ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗ୍ରହଣ : ରାଜ୍ୟର ୫୯ ଏନଏସି, ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ଭୋଟ