ବାରଣ୍ଡାରେ ଶୋଇଥିଲେ ବାପପୁଅ, ଦଳିଦେଲା ଦନ୍ତା

0
577
One Killed In Elephant Attack In Keonjhar District
One Killed In Elephant Attack In Keonjhar District

କାମାକ୍ଷାନଗର  : ରାତିର ଅନ୍ଧାରରେ ଦନ୍ତାର ତାଣ୍ଡବ । ବାରଣ୍ଡାରେ ଶୋଇଥିବା ବାପପୁଅଙ୍କୁ ଦଳିଦେଲା। ଦନ୍ତା ଆକ୍ରମଣରେ ୫ ବର୍ଷୀୟ ଶିଶୁପୁତ୍ର ଘଟଣାସ୍ଥଳରେ ଆଖି ବୁଜିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ବାପା। ଏପରି ଛାତିଥରା ଘଟଣା ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହୁଲଡଗର ଗାଁରେ ଘଟିଛି। ମୃତକ ହେଲେ ରିଶି ଜେରେଇ । ତାଙ୍କ ବାପା ରସାନନ୍ଦ ଜେରେଇ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ରସାନନ୍ଦଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ସେ ନିଜ ୫ ବର୍ଷର ପୁଅ ସହ ଘର ବାରଣ୍ଡାରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ତାଙ୍କ ଘର ଆଡ଼କୁ ମାଡ଼ି ଆସିଥିଲା। ହାତୀଟି ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ପରେ ତାଙ୍କର ୫ ବର୍ଷର ଶିଶୁପୁତ୍ରର ମୁଣ୍ଡକୁ ଦଳି ଦେଇଥିଲା ।

ରସାନନ୍ଦଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଦନ୍ତାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

 

Also Read  ଜଳୁଛି ପଶ୍ଚିମ ଓଡ଼ିଶା, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଉପକୂଳ