ସବୁଠି ବିରୋଧ, ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ

0
766
Bhubaneswar MP Aparajiata Sarangi has expressed her displeasure for not being invited to attend the 74th Bhubaneswar Foundation Day Celebration
Bhubaneswar MP Aparajiata Sarangi has expressed her displeasure for not being invited to attend the 74th Bhubaneswar Foundation Day Celebration

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଅଣ୍ଡାମାଡ଼ । ଦରବୃଦ୍ଧି ପ୍ରସଙ୍ଗରେ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ । ଆଚାର୍ଯ୍ୟ ବିହାର ଛକ ପାଣିଟାଙ୍କି ନିକଟରେ ଏକ କାର୍ଯ୍ୟରେ ଯୋଗଦେବା ବେଳେ କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନୀତି ବିରୋଧ କରି ଲୋକେ ଘେରିଥିଲେ । ଏହି ସମୟରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଥିଲା । ମତେ ସୁରକ୍ଷା ଦରକାର, ମୁଁ ସୁରକ୍ଷିତ ନୁହେଁ। ସୁରକ୍ଷା ଦେବା ଦାୟିତ୍ୱ ଓଡ଼ିଶା ରାଜ୍ୟ ସରକାରଙ୍କର। ଏପରି କହିଛନ୍ତି, ଖୋଦ୍ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଗୁରୁବାର ଦିନ ଭୁବନେଶ୍ୱର ଘଟିଥିବା ରାଜନୈତିକ ହିଂସା ପରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ। କେବଳ ଏତିକି ନୁହଁ ରାଜ୍ୟରେ ସରକାରୀ ଦଳ ଘଟାଉଥିବା ହିଂସାକାଣ୍ଡ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ଏନେଇ ସନ୍ଦେହ କରିଛନ୍ତି ସାଂସଦ। ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଏହିଭଳି ଘଟଣା ଲାଗି ଦାୟୀ।

ବିଜେଡି ସରକାର ଗର୍ବ ଓ ଅହଙ୍କାରରେ ବୁଡ଼ିଥିବା ସେ ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗର ଟିଏମସି ପଥରେ ରାଜ୍ୟ ସରକାର ଗତି କରୁଥିବା ସାଂସଦ କହିଛନ୍ତି। ଟିଏମସି ଯେଉଁଭଳି ପଶ୍ଚିମବଙ୍ଗରେ ହିଂସା ଭିଆଉଛି, ସେଭଳି ଓଡ଼ିଶାରେ ହିଂସା ବଢିବାରେ ଲାଗିଛି ବୋଲି ସେ କହିଛନ୍ତି। ମତେ ଯେତେ ବିରୋଧ କଲେ ବି ମୁଁ ରାଜ୍ୟସାରା ବୁଲି ଲୋକଙ୍କ ପାଇଁ କାମ କରୁଥିବା କହି ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କଲେ ଅପରାଜିତା। ବିଜୁଜନତା ଦଳ ମହିଳାଙ୍କୁ ନିର୍ଯାତନା ଦେଉଛି।

ସର୍ବଭାରତୀୟ ସ୍ତରରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧରେ ଓଡିଶା ଦ୍ବିତୀୟ ଅଛି। ବିଜେଡି ଏହାକୁ ପ୍ରଥମ କରିବାକୁ ଚାହୁଁଥିବା ଅପରାଜିତା କହିଛନ୍ତି। ମତେ ଟାର୍ଗେଟ କରିଥିବା ଲୋକଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାଇ ଦେଲେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ପାରାଦୀପରେ ବି ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ ଅପରାଜିତା । ଏଠି ଦଳ ଭିତରୁ ଆସିଛି ବିରୋଧ । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଦେଖା ଦେଇଛି । ଡିସେମ୍ବର ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ । ଏଥିପାଇଁ ପାରାଦ୍ଵୀପ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରିଛି । ଯାହାକୁ ନେଇ ଏବେ ବିଜେପି ଦଳରେ ବିବାଦ ମୁଣ୍ଡ ଟେକିଛି ।

Also Read  Ship support complex of ICG inaugurated in Paradip