ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍

0
924
Opposition Stages Walkout During Guv's Address In Odisha Assembly
Opposition Stages Walkout During Guv's Address In Odisha Assembly

ଭୁବନେଶ୍ୱର : ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାସହ ତାଙ୍କ ଡ୍ରାଇଭର ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ପୂର୍ବରୁ ଦାଶରଥୀଙ୍କ ବ୍ୟକ୍ତିଗତ ସଚିବ ବି କରୋନାରେ ଆକ୍ରାନ୍ତ ହୋଇଥିଲେ।

ଏବେ ବିଧାନସଭାର ଶୀତ ଅଧିବେଶ ନ ଚାଲିଛି। ଗତ ୧ ତାରିଖରୁ ଏହା ଆରମ୍ଭ ହୋଇଛି। ତେବେ ଶିକ୍ଷୟିତ୍ରୀ ମମତା ମେହେରଙ୍କ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହରେ ଅଚଳାବସ୍ଥା ଜାରି ରହିଛି। ଗତକାଲି ସପ୍ତମ ଦିନରେ ବି ଗୃହ ଚାଲି ପାରି ନଥିଲା।

ଅନ୍ୟପକ୍ଷରେ ଏବେ ବି ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୪ ଜଣଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ସାରା ବିଶ୍ୱରେ କରୋନା ଭାଇରସ୍‌ର ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ଲାଗି ରହିଥିବା ବେଳେ ଓଡ଼ିଶାରେ ଏଯାବତ ଏଥିରେ କେହି ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଆସିନାହିଁ।

 

Also Read  ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ