ଜାନୁଆରୀ ୨୧
ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ନିଜର ଖାତା ଖୋଲିପାରି ନାହାନ୍ତି I ଦକ୍ଷିଣ ଆଫ୍ରିକା ଖେଳାଳି କେଶବ ମହାରାଜ ଙ୍କ ବଲ ରେ ସେ ଶୁନ ରେ ଆଉଟ ହେଇ ପାଭିଲିଅନକୁ ଫେରିଥିଲେ।
ODI କ୍ରିକେଟରେ ଏହା ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କୁ ଜଣେ ସ୍ପିନର ଶୂନ ରେ ଆଉଟ କରିଛନ୍ତି । ଏହା ତାଙ୍କର ତାଙ୍କର ୨୫୬ ତମ ଏକ ଦିନିକିଆ ମ୍ୟାଚ୍ I
ଫିଫ୍ଟି ଓଭର ମ୍ୟାଚ ରେ ସେ ପ୍ରାୟ ଦୁଇ ବର୍ଷ ପରେ ଶୂନ ରେ ଆଉଟ ହେଇଛନ୍ତି I ଏହାପୂର୍ବରୁ, ୧୮ ଡିସେମ୍ବର ୨୦୧୯ ରେ ODI ରେ ବିଶାଖାପାଟନମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶୂନ ରେ ଆଉଟ ହେଇଥିଲେ I
ବିରାଟ କୋହଲି ୧୪ ଥର ODI ରେ ଶୂନ ରେ ଆଉଟ୍ ହୋଇଥିବାବେଳେ ରାଇନା ଏବଂ ସେହୱାଗଙ୍କୁ ମଧ୍ୟ ODI ରେ ସମାନ ଥର ଶୂନ ରେ ଆଉଟ ହେଇଛନ୍ତି I
ସଚିନ ତେନ୍ଦୁଲକର ସର୍ବାଧିକ ୨୦ ଥର ଶୁନ ରେ ଆଉଟ ହେଇଥିବା ବେଳେ, ଯୁବରାଜ ସିଂ ୧୮ ଥର ଶୂନ୍ୟରେ ଆଉଟ୍ ହୋଇଥିଲେ। ଗାଙ୍ଗୁଲି ତାଙ୍କ ODI କ୍ୟାରିଅର୍ ସମୟରେ ୧୬ ଥର ଏହା ଶୂନ ରେ ଆଉଟ ହେଇଛନ୍ତି I