ସୁପ୍ରିମକୋର୍ଟ ବାହାରେ ଆତ୍ମାହୂତି ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି

0
1179
ଆତ୍ମାହୂତି ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି
ଆତ୍ମାହୂତି ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପୁଣିଥରେ ଦେଶର ସର୍ବୋଚ୍ଚ ଅଦାଲତ ବାହାରେ ନ୍ୟାୟ ପାଇଁ ଆତ୍ମାହୂତି ଉଦ୍ୟମ କରିଛନ୍ତି ଜଣେ ବ୍ୟକ୍ତି। ଏହି ବ୍ୟକ୍ତି ଜଣଙ୍କ ସୁପ୍ରିମକୋର୍ଟ ବାହାରେ ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଛନ୍ତି। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ ଏପରି ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା କୁହାଯାଉଛି।

ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ରାଜଭର ଗୁପ୍ତା ଓ ତାଙ୍କ ଘର ନୋଏଡାରେ। ସେ ଗୋଟିଏ ଫ୍ୟାକ୍ଟ୍ରୀରେ କାମ କରୁଥିଲେ। କିନ୍ତୁ କ’ଣ ପାଇଁ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି, ସେକଥା ଜଣାପଡ଼ିନି। ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ କହିଛି ରାଜଭର ନିଜ ଦେହରେ ନିଆଁ ଲଗାଇ ଦେଇଥିବାରୁ ଗୁରୁତର ହୋଇଛନ୍ତି। ଏବେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି। ଘଟଣାର ତଦନ୍ତ ପରେ ସବୁ କିଛି ଜଣା ପଡ଼ିବ।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଉତ୍ତର ପ୍ରଦେଶର ବଲିୟାରେ ରହୁଥିବା ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ସୁପ୍ରିମକୋର୍ଟ ଆଗରେ ନ୍ୟାୟ ପାଇଁ ଆତ୍ମାହୂତି କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଯୁବତୀ ଜଣଙ୍କ ବିଏସପି ସାଂସଦ ଅତୁଲ ରାୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏପରି ପଦକ୍ଷେପ ନେଇଥିଲେ।

Also Read  ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ଲାଗି ସ୍ୱତନ୍ତ୍ର ନୀତିକାନ୍ତ : ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ମହାଦୀପ