ବିନା ଭକ୍ତରେ ପୂଜା ପାଇଲେ ବାବା ଧବଳେଶ୍ଵର : ୧୪୪ ଧାରା ଲାଗୁ

0
419
ବାବା ଧବଳେଶ୍ୱରଙ୍କ ପୀଠ
ବାବା ଧବଳେଶ୍ୱରଙ୍କ ପୀଠ

କଟକ: ଫିକା ପଡିଲା ପହିଲି ପଞ୍ଚୁକ। ଭକ୍ତ ବିନା ପୂଜା ପାଇଲେ ବାବା ଧବଳେଶ୍ଵର। ଆଜି ଧବଳେଶ୍ବରଙ୍କ ପୀଠ ଚଳଚଞ୍ଚଳ ହୋଇବା କଥା କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ କାତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭୋର ୩ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। କେବଳ ପୂଜକ ମାନେ ରୀତିନୀତି କରୁଛନ୍ତି ।

ବିନା ଭକ୍ତରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ଅନ୍ୟପଟେ ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିରର ମୁଖ୍ୟଦ୍ବାର ଓ ଝୁଲାପୋଲ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଆଜିଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହିତ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେଉଛି। ଆଜି ହେଉଛି ପଞ୍ଚୁକର ପ୍ରଥମ ଦିନ ବା ହରି ଉତ୍ଥାପନ ଏକାଦଶୀ। ଏହି ଅବସରରେ ଆଜି ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ମାତ୍ର ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ। ଭିଡ଼କୁ ଦୃଷ୍ଠିରେ ରଖି ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ସେପଟେ ଆସନ୍ତାକାଲି ଦ୍ୱାଦଶୀରେ ବାଙ୍କଚୁଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ଏହା ସହିତ ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ।

Also Read  ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ, ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

LEAVE A REPLY

Please enter your comment!
Please enter your name here