ଭାରତନାଟ୍ୟମ୍‌ର ମୁସଲମାନ କଳାକାରଙ୍କୁ ମନ୍ଦିରରେ ନୃତ୍ୟ ପରିବେଷଣ କରିବା ଉପରେ ରୋକ୍‌

0
1104

ନୂଆଦିଲ୍ଲୀ : କେରଳର ଏକ ହିନ୍ଦୁ ମନ୍ଦିରକୁ ଭାରତନାଟ୍ୟମ୍‌ର ଜଣେ ମୁସଲମାନ କଳାକାର ବିପି ମାନସିୟାଙ୍କୁ ପ୍ରବେଶ ପାଇଁ ଅନୁମତି ନମିଳିବାରୁ ଆରମ୍ଭ ହୋଇଛି ବିବାଦ। ମାନସିୟା ଏନେଇ ଏକ ଫେସବୁକ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହା ଉପରେ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶ୍ନ କରିଛନ୍ତି ଯେ ‘କେଉଁଠି ଅଛି ବଶୁଧୈବ କୁଟୁମ୍ୱକମ୍‌’।

କେରଳ ସାଂସଦ ଥରୁର ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି ଯେ ମାନସିୟାଙ୍କୁ ରୋକିବା ମୋତେ ଚକିତ କରିଛି। ଅନ୍ୟ ଧର୍ମରେ ନିଜର ଧର୍ମକୁ ସମ୍ମାନ କରୁଥିବା ଅଗଲଗା ଧର୍ମର ଲୋକଙ୍କୁ ଆକର୍ଷିତ କରିବା ପାଇଁ ନିଜର ଧର୍ମ ସ୍ଥାନକୁ ପ୍ରବେଶ ପଇଁ ଅନୁମତି ଦେଇଥାନ୍ତି। ଯେମିତିକି ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଓ ସିନେଗାକୁ ସବୁ ଧର୍ମର ଲୋକଙ୍କ ପାଇଁ ଦ୍ୱାର ଖୋଲା ରହିଛି। ହେଲେ ଆମର କିଛି ହିନ୍ଦୁ ବନ୍ଧୁ ମନ୍ଦିରକୁ ଅନ୍ୟ ଧର୍ମର ଲୋକଙ୍କୁ ପ୍ରବେଶ କରେଇବାକୁ ଦେଉନାହାନ୍ତି। କେଉଁଠି ଅଛି ବଶୁଧୈବ କୁଟୁମ୍ୱକମ୍‌ କହି ଥରୁର ପ୍ରଶ୍ନ କରିଛନ୍ତି।

ମାନସିୟା ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ସେ ଏପ୍ରିଲ ୨୧ ରେ ମନ୍ଦିରରେ ଭାରତନାଟ୍ୟମ୍‌ ନୃତ୍ୟ କରିବାକୁ ଯାଉଥିଲେ। ହେଲେ ଏବେ ସେ ସେଠାରେ ନୃତ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ କେରଳ ତ୍ରିସୁର କୁଡଲମାନିକ୍ୟମ୍‌ ମନ୍ଦିରରେ ହେବାକୁ ଯାଉଛି। ମାନସିୟା କେରଳର ମଲପ୍ପୁରମ୍‌ ଜିଲ୍ଲାର ଏକ ମୁସଲମାନ ପରିବାର ଅଟନ୍ତି। ତାଙ୍କର ବିବାହ ଜଣେ ହିନ୍ଦୁଙ୍କ ସହ ହୋଇଥିଲା। ଏବଂ ସେ କହିଥିଲେ ଯେ ତାଙ୍କର କୌଣସି ଧର୍ମ ନାହିଁ।

Also Read  ଦେଶରେ ଦେଢ଼ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଉ ୧୦୭୨ ମୃତ

LEAVE A REPLY

Please enter your comment!
Please enter your name here