ଆମେରିକାରେ ଗୀତା ରବାରୀଙ୍କ ଉପରେ ଟଙ୍କା ବର୍ଷା, ୟୁକ୍ରେନ୍‌କୁ ଦାନ କରିବେ ଗାୟିକା

0
1675

ନୂଆଦିଲ୍ଲୀ : ଲୋକ ଗାୟିକା ଗୀତା ରାବାରୀଙ୍କୁ କିଏ ବା ନଜାଣନ୍ତି। କୁଚ୍ କି କୋୟଲ୍ ନାମରେ ଜଣାଶୁଣା ଗାୟିକା ତାଙ୍କର ମଧୁର ସ୍ୱର ଯୋଗୁଁ ଆଜି ସାରା ବିଶ୍ୱରେ ପ୍ରସିଦ୍ଧ। ଲୋକମାନେ ତାଙ୍କ ସ୍ୱରକୁ ଏତେ ପସନ୍ଦ କରନ୍ତି, ସେ ଯେଉଁଆଡେ ଯାଆନ୍ତି, ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୁଅନ୍ତି। ଆମେରିକାରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଛି।

ନିକଟରେ ଗୀତା, ଜର୍ଜିଆର କେନଚୁକିରେ ଏକ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଥିରେ ଅନେକ ଗୁଜୁରାଟୀ ଏନଆରଆଇ ଯୋଗ ଦେଇଥିଲେ। ଗୀତାଙ୍କ ସ୍ୱରରେ ଲୋକମାନେ ଏତେ ଦିୱାନା ହୋଇଯାଇଥିଲେ ସେଠାରେ ତାଙ୍କ ଉପରେ ଟଙ୍କା ବର୍ଷା କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଗୀତାଙ୍କ ଚାରିପାଖରେ ଡଲାର ଦେଖିବାକୁ ମିଳୁଛି।

ଖବର ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଗୀତା ୨.୨୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଯେଉଁଥିରେ ସେ ୟୁକ୍ରେନକୁ ସାହାଯ୍ୟ କରିବେ। ଗାୟିକା ତାଙ୍କ ପେଜରେ କିଛି ଫଟୋ ସେୟାର କରି ଲେଖିଛନ୍ତି- ‘ଏଗୁଡ଼ିକ ଗତ ରାତିର କିଛି ଝଲକ, ଆମେ ଆମେରିକାର ଜର୍ଜିଆର ଆଟଲାଣ୍ଟା ଠାରେ ପ୍ରଦର୍ଶନ କରିଥିଲୁ ଏବଂ ଆପଣ ସମସ୍ତଙ୍କ ସହ କିଛି ଆଧ୍ୟାତ୍ମିକ ମୂହୁର୍ତ୍ତ ସେୟାର କରୁଛି।

Also Read  ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ