ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟ୍

0
1267

ବାଲୁଗାଁ : ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି । କୃଷି ଋଣ ଟଙ୍କା ଆଦାୟ କରି ବଡକୁଳ ସୋସାଇଟି ର ଆସିଷ୍ଟାଣ୍ଟ ସେକ୍ରେଟାରୀ ବାଇକ୍ ଯୋଗେ ବାଲୁଗାଁ ଆସୁଥିଲେ । ଏହି ସମୟରେ ୪ ଲୁଟେରା ୩ ଟି ବାଇକ୍ ଯୋଗେ ଆସି ବନ୍ଧୁକ ଦେଖାଇ ଆକ୍ରମଣ କରି ଲୁଟ୍ କରି ନେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ଗ୍ରାମରେ ଥିବା ବଡକୁଳ କୋଅପରେଟିଭ୍ ସୋସାଇଟି ର ସହ-ସମ୍ପାଦକ ଭୁବନେଶ୍ୱର ରଥ ସୋସାଇଟି ରୁ ଋଣ ନେଇଥିବା ଋଣି ମାନଙ୍କ ଠାରୁ ଋଣ ଟଙ୍କା ଆଦାୟ କରି ବାଲୁଗାଁ ଅଭିମୁଖେ ଆସୁଥିଲେ। ୩ଟି ବାଇକ ଯୋଗେ ୪ ଜଣ ଲୁଟେରା ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଖବର ପାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରୁଛି ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି।

Also Read  ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର, ବାତିଲ ହେଲା ପରୀକ୍ଷା